Report Card Odisha

| Daily Odia News

୨୭ ରୁ ବୀମା କର୍ମଚାରୀଙ୍କ ଧର୍ମଘଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ର ସରକାରଙ୍କ ତରଫରୁ ସହଯୋଗର ଅଭାବ ଓ ବେତନ ସଂଶୋଧନ ଭଳି ଦାବି ନେଇ ଚଳିତ ମାସ ୨୭ ଓ ୨୮ରେ ସାଧାରଣ ବୀମା କଂପାନିର କର୍ମଚାରୀମାନେ ଦୁଇ ଦିନିଆ ଧର୍ମଘଟ କରିବେ। ଏଥିରେ ପ୍ରାୟ ୫୮ ହଜାର କର୍ମଚାରୀ ସାମିଲ ହେବେ। ବିଶେଷ କରି ନିଉ ଇଣ୍ଡିଆ ଆସ୍ୟୁରାନ୍ସ, ଓରିଏଣ୍ଟାଲ୍ ଇନ୍‌ସ୍ୟୁରାନ୍ସ, ନ୍ୟାସନାଲ୍ ଇନ୍‌ସ୍ୟୁରାନ୍ସ ଓ ୟୁନାଇଟେଡ୍ ଇଣ୍ଡିଆ ଆସ୍ୟୁରାନ୍ସର କର୍ମଚାରୀମାନେ ଏହି ଧର୍ମଘଟରେ ସାମିଲ ହେବେ। ନିଉ ଇଣ୍ଡିଆ ଆସ୍ୟୁରା‌ନ୍ସକୁ ବାଦ ଦେଲେ ଅନ୍ୟ ତିନି କଂପାନି କ୍ଷତିରେ ଚାଲୁଛି। ସାଧାରଣ ବୀମା କର୍ମଚାରୀ ସଂଘ (ପଶ୍ଚିମ ଜୋନ୍‌)ର କାର୍ଯ୍ୟକାରୀ ସଭାପତି ଲଲିତ ସୁବର୍ଣ୍ଣା କହିଛନ୍ତି ଯେ ପାଞ୍ଚ ବର୍ଷରେ ଥରେ ବେତନ ସଂ‌ଶୋଧନ ହେବାର ବ୍ୟବସ୍ଥା ଥିବା ବେଳେ ୨୦୧୨ ଅଗଷ୍ଟରେ ଶେଷ ଥର ଲାଗି ବେତନ ସଂଶୋଧନ ହୋଇଥିଲା। ଏହା ପରଠାରୁ ବେତନ ସଂଶୋଧନ ଅଟକି ରହିଛି। ଏବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଦୁଇ ଦିନିଆ ଧର୍ମଘଟ କରାଯିବ ବୋଲି ସେ କହିଛନ୍ତି। ସଂଘର ଅଧ୍ୟକ୍ଷ ଉଦୟନ ବାନାର୍ଜୀ କହିଛନ୍ତି ଯେ ବେତନ ସଂଶୋଧନକୁ ନେଇ ଜୁଲାଇ ୧୫ରେ କର୍ମଚାରୀମାନେ ଏକ ପ୍ରତୀକ ଧର୍ମଘଟ କରିଥିଲେ। ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ବେତନ ସଂ‌ଶୋଧନ ଦୁଇ ବର୍ଷ ପୂର୍ବରୁ ହୋଇସାରିଥିବା ବେଳେ ଏଲ୍‌ଆଇସି କର୍ମଚାରୀଙ୍କ ବେତନର ଫଇସଲା ନିକଟରେ ହୋଇଯାଇଛି। କିନ୍ତୁ ଆମର ଦୀର୍ଘଦିନ ଧରି ଅଟକି ରହିଛି ବୋଲି ସେ କହିଛନ୍ତି।

Breaking News