ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମିଆଁମାର ଓ ଥାଇଲ୍ୟାଣ୍ଡରେ ପ୍ରଳୟ ପରେ ରବିବାର ଟୋଙ୍ଗାରେ ଭୟଙ୍କର ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି। ତଥାପି, ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ। ସୂଚନା ଅନୁଯାୟୀ, ଟୋଙ୍ଗାରେ ଭୂକମ୍ପ ପରେ ପ୍ରଶାନ୍ତ ମହାସାଗରର ଏହି ଦ୍ୱୀପ ପାଇଁ ସୁନାମି ସତର୍କତା ଜାରି କରାଯାଇଛି। ଟୋଙ୍ଗାର ନିୟୁ ଉପକୂଳରେ ୧ ମିଟର ଉଚ୍ଚର ଜୁଆର ମାଡ଼ ହେବାର ସମ୍ଭାବନା ରହିଛି। ପ୍ରଶାନ୍ତ ମହାସାଗର ସୁନାମୀ ଚେତାବନୀ କେନ୍ଦ୍ର, ଚେତାବନୀ ଜାରି କରି କହିଛି ଯେ ଭୂକମ୍ପ କେନ୍ଦ୍ରରୁ ୩୦୦ କିଲୋମିଟର ଯାଏଁ ବଡ଼ ବଡ଼ ଜୁଆର ଉଠିବା ଆଶଙ୍କା ରହିଛି। ସେପଟେ ଟୋଙ୍ଗାର ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଉପକୂଳ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ଲୋକଙ୍କୁ ସମୁଦ୍ର ତଟ ଓ ବେଳାଭୂମୀ ଠାରୁ ଦୁରେଇ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁଯାୟୀ, ଟୋଙ୍ଗାରେ ଭୂକମ୍ପ ପରେ ପ୍ରଶାନ୍ତ ମହାସାଗରର ଏହି ଦ୍ୱୀପ ପାଇଁ ସୁନାମି ସତର୍କତା ଜାରି କରାଯାଇଛି। ଟୋଙ୍ଗାର ନିୟୁ ଉପକୂଳରେ ୧ ମିଟର ଉଚ୍ଚର ଜୁଆର ମାଡ଼ ହେବାର ସମ୍ଭାବନା ରହିଛି। ପ୍ରଶାନ୍ତ ମହାସାଗର ସୁନାମୀ ଚେତାବନୀ କେନ୍ଦ୍ର, ଚେତାବନୀ ଜାରି କରି କହିଛି ଯେ ଭୂକମ୍ପ କେନ୍ଦ୍ରରୁ ୩୦୦ କିଲୋମିଟର ଯାଏଁ ବଡ଼ ବଡ଼ ଜୁଆର ଉଠିବା ଆଶଙ୍କା ରହିଛି। ସେପଟେ ଟୋଙ୍ଗାର ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଉପକୂଳ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ଲୋକଙ୍କୁ ସମୁଦ୍ର ତଟ ଓ ବେଳାଭୂମୀ ଠାରୁ ଦୁରେଇ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସୁନାମୀ ମୁକାବିଲା ପାଇଁ ଟୋଙ୍ଗା ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି ଉପକୂଳର ତଳିଆ ଅଞ୍ଚଳ ଲୋକଙ୍କୁ ସୁନାମୀ ବିପଦ ଟଳିବା ଯାଏଁ ସୁରକ୍ଷିତ ଓ ଉଚ୍ଚସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଷ୍ଟ୍ରେଲିଆ ଠାରୁ ୩୫ ଶହ କିଲୋମିଟର ଦୂରରେ ଥିବା ଟୋଙ୍ଗା ଦ୍ୱୀପର ମୋଟ ଜନସଂଖ୍ୟା ୧ ଲକ୍ଷରୁ ଅଧିକ ଥିବା ସୂଚନା ରହିଛି। ୧୭୧ଟି ଦ୍ୱୀପକୁ ନେଇ ଗଠିତ ଏହି ରାଷ୍ଟ୍ରର ଅଧିକ ଜନବସତି ଟୋଙ୍ଗାଟାପୁରେ ରହିଛି।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……