Report Card Odisha

| Daily Odia News

KIIT ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର,ଦୋଷୀକୁ କ୍ଷମା ନାହିଁ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

KIIT ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ସୋମବାର ଜଣେ ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ ଛାତ୍ର ଜଣକ ଛତିଶଗଡ଼ର ରାହୁଲ ଯାଦବ ବୋଲି ଜଣାପଡିଥିବା ବେଳେ ସେ ପ୍ରଥମ ବର୍ଷ କମ୍ବ୍ୟୁଟର ସାଇନ୍ସ ଛାତ୍ର ବୋଲି ଏସିପି ସୋନାଲ ସିଂ ପରମାର କହିଛନ୍ତି। ଅନ୍ୟପକ୍ଷେ ଛାତ୍ରଙ୍କ ମୃତ୍ୟୁର ସଠିକ କାରଣ ଜଣାପଡି ନ ଥିବା ବେଳେ କେଉଁ ପରିସ୍ଥିତିରେ ସେ ଜୀବନ ହାରିଲେ ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି। ଅପରପକ୍ଷେ KIIT କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ପ୍ରସଙ୍ଗରେ ଭାଜପା ବିଧାୟକ ସରୋଜ ପାଢ଼ୀ ମୁହଁ ଖୋଲିଛନ୍ତି।ବିଧାୟକ ପାଢ଼ୀ KIIT ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କଡ଼ା ଟିପ୍ପଣୀ ଦେଇଛନ୍ତି। KIITର ମନମାନି ଚଳିବ ନାହିଁ ବୋଲି ବିଧାୟକ କହିଛନ୍ତି। KIIT ଆଡମିନିଷ୍ଟ୍ରେଶନ ଭୁଶୁଡ଼ି ଗଲା ପରି ଲାଗୁଛି। ଓଡ଼ିଶାର ନାଁ ବଦନାମ କରିବାକୁ କୁହାଯାଇ ନାହିଁ। ଦୋଷ ପ୍ରମାଣିତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପାଢୀ କହିଛନ୍ତି।ମୋହନ ସରକାର କୌଣସି ଦୋଷୀକୁ କ୍ଷମା ଦେବେ ନାହିଁ। ଜନପ୍ରତିନଧିଙ୍କ ପକ୍ଷରୁ ମଧ୍ୟ KIIT ଉପରେ ଅବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବୁ ବୋଲି ସେ କହିଛନ୍ତି।

Breaking News