ରିପୋର୍ଟ କାର୍ଡ / ସୁନ୍ଦରଗଡ଼
ଡିବିରିରୁ ନିଆଁ ଲାଗି ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଭାଲୁଡୁଙ୍ଗୁରି ଗାଁରେ। ମୃତ ଛାତ୍ରୀଙ୍କ ନାଁ ସ୍ୱପ୍ନେଶ୍ଵରୀ ମୁଣ୍ଡା ସେ ଲହୁଣୀ ପଡା କଲେଜରେ ଯୁକ୍ତ ତିନିର ଛାତ୍ରୀ ଥିଲେ। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦ଟା ସମୟରେ ସ୍ୱପ୍ନେଶ୍ଵରୀ ରୋଷେଇ ଘରେ ଜଳୁଥିବା ଡିବିରିକୁ ନିଜ ରୁମକୁଧରି ଆଣୁଥିଲେ। ଏହି ସମୟରେ ହଠାତ୍ ଡିବିରିରୁ ନିଆଁ ତାଙ୍କ ଡ୍ରେସରେ ଲାଗିଯାଇଥିଲା। ସେ ଜୋରରେ ଚିତ୍କାର କରିଥିଲେ। ପରିବାର ଲୋକେ ସ୍ୱପ୍ନେଶ୍ଵରୀଙ୍କ ପାଟି ଶୁଣି ଆସି ନିଆଁକୁ ଲିଭାଇଥିଲେ। ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ୱପ୍ନେଶ୍ଵରୀ ପଲିଷ୍ଟର ଡ୍ରେସ ପିନ୍ଧିଥିଲେ। ଯାହାଫଳରେ ନିଆଁ ତାଙ୍କ ଦେହସାରା ଶୀଘ୍ର ଲାଗିଯାଇଥିଲା ବୋଲି ଜଣାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।






More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..