ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଥମ ପର୍ୟ୍ୟାୟରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ପାଠପଢ଼ା ଆରମ୍ଭ କରାଯିବା ନଇ ଘୋଷଣା କରାଯାଇଥିଲା । ପରେ ତୃତୀୟ ଲହର ଯୋଗୁଁ ବନ୍ଦ ରହିଥିଲା ସ୍କୁଲ, କଲେଜ । ଫେବୃଆରୀ ୨ ତାରିଖରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଘୋଷଣା କରିଥିଲେ ଏସଆରସି । ଘୋଷଣା ଅନୁଯାୟ ପ୍ରଥମେ ଫେବୃଆରୀ ୭ରୁ ଅଷ୍ଟମ ଠାରୁ ଉଦ୍ଧ୍ୱର୍ ଶ୍ରେଣୀ କ୍ଲାସ ଏଂବ ୧୪ରୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ତେବେ ୧୪ରୁ ସ୍କୁଲ ଖୋଲିବା ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଛି । ୧୪ରୁ ସ୍କୁଲ ଖୋଲିଲେ ବି ପିଲାମାନେ ୨୮ ରୁ ସ୍କୁଲକୁ ଆସିବେ । ଫେବୃଆରୀ ୨୮ରୁ ସ୍କୁଲରେ ଆରମ୍ଭ ହେବ ଫିଜିକାଲ କ୍ଲାସ୍ । ୨୮ ପର୍ଯ୍ୟନ୍ତ ପିଲାମାନେ ଘରେ ରହି ଅନଲାଇନ କ୍ଲାସ କରିବେ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଫେବୃଆରୀ ୧୪ରେ ଖୋଲିବ ସ୍କୁଲ । ୧୪ ତାରିଖରୁ ସ୍କୁଲକ ଶିକ୍ଷକ, କର୍ମଚାରୀମାନେ ଆସିବେ । ୧୪ ରୁ ସ୍କୁଲକୁ ଆସି ପରିସର ସଫେଇ କାର୍ଯ୍ୟ ତଦାରଖ କରିବେ । ଏନେଇ ସବୁ ଜିଲ୍ଲାପାଳ ଓ ଡିଇଓମାନଙ୍କୁ ଗଣଶିକ୍ଷା ସଚିବଙ୍କ ଚିଠି ।
More Stories
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..
ଓଡ଼ିଶା ଆସିବେ ରାଷ୍ଟ୍ରପତି….
ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ନିଷ୍ପତ୍ତିକୁ ସ୍ଥଗିତ କଲା ଓଏସ ସଂଘ ….