ରିପୋର୍ଟ କାର୍ଡ / ସୁବର୍ଣ୍ଣପୁର
ସୁବର୍ଣ୍ଣପୁର ଜିଲ୍ଲାର ନିଶ୍ଚିତ କୋଇଲି ପୋଲିସର ଏନକାଉଣ୍ଟରେ କୁଖ୍ୟାତ ଅପରାଧୀ ସୁଶାନ୍ତ ସାହୁ ଆହତ ହୋଇଛି। ତାହାର ବାମ ଜଙ୍ଘରେ ଗୋଡ଼ରେ ଗୁଳି ବାଜିଛି। ସୁଶାନ୍ତ ଓ ତାର ସହଯୋଗୀ ଅସୁରେଶ୍ୱର ଖେଳ ପଡ଼ିଆ ପାଖରେ ଆସୁଥିବା ଗତକାଲି ବିଳମ୍ବିତ ରାତିରେ ନିଶ୍ଚିନ୍ତକୋଇଲି ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଖବର ପାଇଥିଲା। ପରେ ପୋଲିସ ଟିମ୍ ସୁଶାନ୍ତଙ୍କୁ ଧରିବାକୁ ସେହି ସ୍ଥାନରେ ଛକି ରହିଥିଲା। ପୋଲିସ କୁ ଦେଖି ସୁଶାନ୍ତ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ପୋଲିସ ମଧ୍ୟ ସୁଶାନ୍ତଙ୍କ ଉପରେ ପାଲଟା ଗୁଳି ଚଳାଇଥିଲା। ସୁଶାନ୍ତର ବାମ ଜଙ୍ଘରେ ଗୁଳି ବାଜିଥିଲା। ହେଲେ ସୁଶାନ୍ତଙ୍କ ସହଯୋଗୀ ପୋଲିସ କୁ ଚକମା ଦେଇ ଖସି ଯାଇଥିଲା। ପୋଲିସ ସୁଶାନ୍ତକୁ ଗୁରୁତର ଭାବେ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଛି। ସୁଶାନ୍ତ ନାଁରେ ବିଭିନ୍ନ ଥାନାରେ ୫୪ଟି ମାମଲା ରହିଛି। ଦୀର୍ଘ ଦିନ ହେବ ସୁଶାନ୍ତ ପୋଲିସର ମୁଣ୍ଡ ବିନ୍ଧିବାର କାରଣ ପାଲଟିଥିଲା ।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……