Report Card Odisha

| Daily Odia News

ଶୁଭ ଧନତେରସ….

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆଜି ଶୁଭ ଧନତେରସ | ଦୀପାବଳୀର ପୂର୍ବ ଦିନକୁ ଧନତେରସ କୁହାଯାଏ | ଏହା ପଛରେ ଏକ ପୌରାଣିକ କଥା ରହିଛି। ହିନ୍ଦୁ ଧର୍ମଗ୍ରନ୍ଥ ଅନୁଯାୟୀ, ଯେଉଁ ସମୟରେ ସାଗରମନ୍ଥନ ହେଉଥିଲା, ସେହି ସମୟରେ ଭଗବାନ ଧନ୍ୱନ୍ତରୀ ଅମୃତ କଳସ ନେଇ ପ୍ରକଟ ହୋଇଥିଲେ। ଏହି କାରଣରୁ ଧନତେରସକୁ ସୁଖ ଓ ସମୃଦ୍ଧିର ପର୍ବ ରୂପେ ପାଳନ କରାଯାଏ। ଶାସ୍ତ୍ର ଅନୁଯାୟୀ, ସମୁଦ୍ର ମନ୍ଥନ ସମୟରେ ତ୍ରୟୋଦଶୀ ଦିନ ଭଗବାନ ଧନ୍ୱନ୍ତରୀ ପ୍ରକଟ ହୋଇଥିବାରୁ ଏହି କାରଣରୁ ଏହିଦିନକୁ ଧନ ତ୍ରୟୋଦଶୀ କୁହାଯାଇଥାଏ। ଏହିଦିନ ସୁନା, ଚାନ୍ଦି ଓ ନୂଆ ବାସନ କିଣିବା ଶୁଭ ବୋଲି କୁହାଯାଏ।
ସୁଖ-ସମୃଦ୍ଧି ପାଇଁ ଧନତେରସର କିଣନ୍ତୁ ଏହି ସାମଗ୍ରୀ…

ଏହି ଦିନ ଦ୍ବିପ୍ରହରରେ ବାସନକୁସନ, ଆଭୂଷଣ, ଧନିଆ, ଗଣେଶ ଓ ଲକ୍ଷ୍ମୀଙ୍କ ପ୍ରତିମା, ଚାନ୍ଦିର ମୁଦ୍ରା କିଣନ୍ତୁ । ଏହା ଛଡା ଗାଡି, ଭୂମି, ବେଦ୍ୟୁତିକ ସାମଗ୍ରୀ, ବସ୍ତ୍ର , ରୋଷେଇ ବା ଘର କରଣା ସାମଗ୍ରୀ କିଣି ପାରିବେ । ଯଦି ଚାନ୍ଦି ବାସନକୁସନ କିଣୁଛନ୍ତି ତେବେ ତାହାକୁ ଖାଲି ଘରକୁ ନଆଣି ସେଥିରେ ଗୁଡ ବା କୌଣସି ମିଠା ପଦାର୍ଥ ରଖି ଆଣିବା ଉଚିତ୍ । ଘରକୁ ଆଣିବା ପରେ ଗଙ୍ଗାଜଳ ସିଞ୍ଚନ କରି ସିନ୍ଦୂର ତିଳକ ଲଗାନ୍ତୁ । ସେଥିରେ ରକ୍ଷା ସୂତ୍ର ବାନ୍ଧି ଦୀପାବଳି ପୂଜା ସମୟରେ ପାଖରେ ରଖନ୍ତୁ | ସୁନା ଓ ରୂପା ବ୍ୟତୀତ, ଆପଣ ଧନତେରସ ଦିନ ପିତ୍ତଳରୁ ନିର୍ମିତ ବାସନ କିଣି ପାରିବେ । ଏହି ଦିନ ପିତ୍ତଳ ଧାତୁ କିଣିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହା ଆପଣଙ୍କ ଘରେ ସୁଖ ଏବଂ ସମୃଦ୍ଧି ଆଣିଥାଏ । ଏହି ଦିନ ଆପଣ ଘରର ଆଲମିରାରେ ଅଥବା ଦୋକାନରେ ମା’ଲକ୍ଷ୍ମୀଙ୍କ ଏପରି ଫଟୋ ଲଗାନ୍ତୁ, ଯେଉଁଥିରେ ମା’ଲକ୍ଷ୍ମୀ ବସିବା ଢଙ୍ଗୀରେ କଳସରୁ ଧନବର୍ଷା କରୁଥିବା ଓ ହାତୀ ଶୁଣ୍ଢ ଉଠାଇଥିବା ଅବସ୍ଥାରେ ଥିବ। ଏପରି କରିବା ଦ୍ୱାରା ଆଦୌ ଧନର ଅଭାବ ହୋଇନଥାଏ।

Breaking News