ରିପୋର୍ଟ କାର୍ଡ / ଭୁବନେଶ୍ୱର
ମହିଳା ଓ ଶିଶୁ ବିକାଶ ବିଭାଗର ପୂର୍ବ ଘୋଷଣା ମୁତାବକ ଗୁରୁବାର ୪,୫୭,୬୮୧ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନା କିସ୍ତି ଟଙ୍କା ମିଳିବ। ବିଭାଗ ପକ୍ଷରୁ ଏ ସମ୍ବନ୍ଧିତ କାର୍ଯ୍ୟକ୍ରମ ପୂର୍ବାହ୍ଣ ସାଢ଼େ ୧୦ଟାରେ ଓୟୁଏଟିର କୃଷି ଶିକ୍ଷା ସଦନରେ ଅନୁଷ୍ଠିତ ହେବ। ସେଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ଉପସ୍ଥିତ ହୋଇ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ କିସ୍ତି ଟଙ୍କା ଛାଡ଼ିବେ।ସୁଭଦ୍ରା ଯୋଜନା ଟଙ୍କା ମିଳିବାକୁ ଥିବା ମୋଟ ୪,୫୭,୬୮୧ ହିତାଧିକାରୀଙ୍କ ମଧ୍ୟରେ ୨୧ବର୍ଷରେ ପଦାର୍ପଣ କରିଥିବା ୧,୭୮,୩୯୮ ଜଣ ନୂତନ ପଞ୍ଜିକୃତ ହିତାଧିକାରୀ ଅଛନ୍ତି। ଏହି ହିତାଧିକାରୀ ଗୋଟିଏ କିସ୍ତି ଟଙ୍କା ପାଇବେ। ସେହିପରି ଆଗରୁ କୌଣସି କାରଣରୁ ବାଦ୍ ପଡ଼ିଥିବା ଓ ପରେ ଅଭିଯୋଗ ଶୁଣାଣି ଦ୍ବାରା ଯୋଡ଼ି ହୋଇଥିବା ୨୪ ହଜାର ୧୮ ହିତାଧିକାରୀଙ୍କୁ କିସ୍ତି ଟଙ୍କା ମିଳିବ। ବୈଷୟିକ ତ୍ରୁଟି ଯୋଗୁଁ ବାଦ୍ ପଡ଼ିଥିବା ୨,୫୫,୨୨୬ ହିତାଧିକାରୀ ଯୋଡ଼ି ହୋଇଛନ୍ତି। ଏମାନେ ତୃତୀୟ କିସ୍ତି ଟଙ୍କା ପାଇଥିବା ବେଳେ ପ୍ରଥମ ଓ ଦ୍ବିତୀୟ କିସ୍ତି ଟଙ୍କା ପାଇ ନଥିଲେ। ଫଳସ୍ବରୂପ ଏହି ହିତାଧିକାରୀ ଏକକାଳୀନ ଦୁଇଟି କିସ୍ତିର ଟଙ୍କା ୧୦ ହଜାର ଟଙ୍କା ଲେଖାଏଁ ପାଇବେ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ହିତାଧିକାରୀଙ୍କୁ ମୋଟ ୨୫୦କୋଟି ଟଙ୍କା ଦିଆଯିବ। ସୂଚନାଯୋଗ୍ୟ, ଗତ ୧୮ତାରିଖରେ ସୁଭଦ୍ରା ହିତାଧିକାରୀଙ୍କୁ କିସ୍ତି ଟଙ୍କା ମିଳିବାର ଥିଲା; କିନ୍ତୁ କୌଣସି କାରଣରୁ ୧୮ ତାରିଖ ପରିବର୍ତ୍ତେ ଜାନୁଆରୀ ୨୨କୁ ଘୁଞ୍ଚାଇ ଦିଆଯାଇଥିଲା।






More Stories
ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ଆରମ୍ଭ କର…..
ଆସିଲା ସୁଭଦ୍ରା ଟଙ୍କା…..
ଦଳର ଅଭିଯୋଗକୁ ଖୋଲା ଆହ୍ୱାନ ଦେଲେ ଅରବିନ୍ଦ…..