ରିପୋର୍ଟ କାର୍ଡ / ଭୁବନେଶ୍ୱର
ସୁଭଦ୍ରା ଯୋଜନାରେ ମିଳିବ ୫୦୦ ଟଙ୍କାର ବୋନସ୍। ଆଜି ଗଣମାଧ୍ୟମକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ଯେଉଁ ମହିଳାମାନେ ସୁଭଦ୍ରା ଅର୍ଥ ରାଶିକୁ ଡିଜିଟାଲି ବ୍ୟୟ କରିବେ ସେମାନଙ୍କୁ ଏହି ବୋନସ୍ ମିଳିବ। ସୁଭଦ୍ରା ଯୋଜନାକୁ ପ୍ରଧାନମନ୍ତ୍ରୀ ଲଞ୍ଚ କରିବା ପରେ ବ୍ୟାଙ୍କ ସାମ୍ନାରେ ଖୁବ୍ ଭିଡ ଦେଖିବାକୁ ମିଳିଛି । ଓଡିଶାର ସାଧାରଣ ଜନତାଙ୍କୁ ଆଶ୍ୱସ୍ତି କରି କହିଛନ୍ତି, ସୁଭଦ୍ରା ଯୋଜନାରେ ଆକାଉଣ୍ଟକୁ ଯାଇଥିବା ଟଙ୍କା ଆପଣଙ୍କମାନଙ୍କର। ସରକାର ତା’ଉପରେ ସୁଧ ନେବେ ନାହିଁ କିମ୍ବା ଫେରାଇ ନେବେ ନାହିଁ। କୌଣସି ଭ୍ରମିତ ଖବରରେ ଚକିତ ହୁଅନ୍ତୁ ନାହିଁ । କିମ୍ବା ଲମ୍ବା ଧାଡି ଲଗାନ୍ତୁ ନାହିଁ । ଯାହା ଆପଣଙ୍କ ଆକଉଣ୍ଟକୁ ଯାଇଛି, ଯେତେବେଳେ ଚାହିଁବେ ଖର୍ଚ୍ଚ କରି ପାରିବେ, ଡିଜିଟାଲି ଖର୍ଚ୍ଚ କଲେ ଆଉ ୫୦୦ ଟଙ୍କା ବୋନସ୍ ହିସାବରେ ମିଳିବ। ଡିଜିଟାଲ ବ୍ୟବହାର ଉପରେ ସରକାର ପ୍ରୋତ୍ସାହନ ଦେଉଛନ୍ତି । ପ୍ରାୟ ୨୫ ଲକ୍ଷ ୧୧ ହଜାର ମହିଳାଙ୍କ ପାଖକୁ ସୁଭଦ୍ରାର ପ୍ରଥମ କିସ୍ତି ଯାଇଛି, ଏବଂ ଏହି ଅର୍ଥ ମହିଳାଙ୍କ ନିଜସ୍ୱ । ମହିଳା ଯେଭଳି ଚାହିଁବେ ଟଙ୍କା ଖର୍ଚ୍ଚ କରି ପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……