ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
‘ସ୍ୱପ୍ନ ସତ ହେବା ପୂର୍ବରୁ ପ୍ରଥମେ ଦେଖିବାକୁ ଦେଖିବାକୁ ପଡ଼ିଥାଏ। ହେଲେ ‘ନିଦରେ ଯାହା ଦେଖାଯାଏ ତାହା ସ୍ୱପ୍ନ ନୁହେଁ | ଯାହା ନିଦକୁ ଆସିବା ପାଇଁ ଦେଇ ନ ଥାଏ ସେ ହେଉଛି ସ୍ୱପ୍ନ।’ ଏହି ଉକ୍ତିକୁ ଯିଏ ଆବିର୍ଭାବ କରିଥିଲେ ସେହି ମହାନ ଆତ୍ମା ଆଉ କେହି ନୁହଁନ୍ତି ଭାରତର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କଲାମ୍ | ଯେକି ମିସାଇଲ୍ ମ୍ୟାନ୍ ନାମରେ ବେଶ୍ ପରିଚିତ । ”success depends on the second letter of the word ” that is called ‘u ‘ ଏହି ଉକ୍ତିକୁ ଭଲ ଭାବରେ ବୁଝିସାରିଥିଲେ ସେହି ମହାନ ଆତ୍ମା | ଏଥି ପାଇଁ ଦେଶ-ବିଦେଶରେ ସେ ସମସ୍ତଙ୍କ ପାଇଁ ପାଲଟି ଯାଇଥିଲେ ପ୍ରେରଣାର ଉତ୍ସ । ପ୍ରତିଟି ହୃଦୟରେ ସେ ଆଜି ଚମକୁଛନ୍ତି ‘ମିସାଇଲ ମ୍ୟାନ’ ଭବରେ। ଭାରତର ଏକାଦଶ ରାଷ୍ଟ୍ରପତି ଅବୁଲ ପକିର ଜୈନାଲୁବ୍ଦିନ୍ ଅବଦୁଲ କଲାମ ।
ତାମିଲନାଡୁ ରାମେଶ୍ୱରମ୍ ୧୯୩୧ ମସହା ଅକ୍ଟୋବର ୧୫ ତାରିଖରେ ଏକ ଗରିବ ମୁସଲିମ ମତ୍ସ୍ୟଜୀବୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପରିବାରର ୫ ସନ୍ତାନଙ୍କ ମଧ୍ୟରେ କଲାମ ଥିଲେ ସବୁଠୁ ସାନ । ବାପା ଡଙ୍ଗା ଚଳାଇ ପରିବାର ପୋଷୁଥିଲେ । ବାଲ୍ୟକାଳ ତାଙ୍କର ସଂଘର୍ଷପୂର୍ଣ୍ଣ ଥିଲା। ଘରର ଆଥିର୍କ ପରିସ୍ଥିତି ଭଲ ନ ଥିଲା। ତେଣୁ ଖବରକାଗଜ ବିକି ସେ ନିଜର ପାଠପଢା କରୁଥିଲେ। ପରିବାରର ଏଭଳି ଅସୁବିଧା କେବେ ପ୍ରତିବନ୍ଧକ କାରପାରିନଥିଲା ସ୍ବପ୍ନକୁ | ସେ ଜୀବନରେ କେବେ ହାରିବା ଶିଖି ନ ଥିଲେ। ଏରୋନଟିକାଲ ଇଞ୍ଜିନିୟର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ ଅର୍ଥାତ୍ ଡିଆରଡିଓ ଏବଂ ଇଣ୍ଡିଆନ ସ୍ପେଶ ରିସର୍ଚ୍ଚ ଅର୍ଗାନାଇଜେସନ (ISRO)ରେ ନିଜ କାର୍ଯ୍ୟଦକ୍ଷତା ଦେଖାଇ ସଫଳତା ହାସଲ କରିଥିଲେ। ଏହାବ୍ୟତୀତ ଦେଶରେ ହୋଇଥିବା ପ୍ରଥମ ଏସଏଲବି-୩ (Satellite Launch Vehicle )ନିର୍ମାଣରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ସେହିପରି ପୋଲାର ସାଟେଲାଇଟ ଲଞ୍ଚ ଭେଇକ୍ଲି ନିର୍ମାଣରେ ମଧ୍ୟ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅଗ୍ନି ଏବଂ ପୃଥ୍ୱୀ ନିର୍ମାଣରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଏହା ପରେ ସେ ମିସାଇଲ ମ୍ୟାନ୍ ନାମରେ ପରିଚିତ ହେଲେ। ଏଥି ପାଇଁ ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେତିକି ନୁହେଁ, ୧୯୯୮ ରେ ପରମାଣୁ ପରୀକ୍ଷଣରେ ତାଙ୍କର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା। ସେଦିନ ଥିଲା ୨୭ ଜୁଲାଇ ୨୦୧୫। ସିଲଂର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟରେ ଛାତ୍ରାଛତ୍ରୀଙ୍କୁ ଉଦ୍ବୋଧନ ଦେଉଥିଲେ। ପୃଥିବୀରେ ଦିନକୁ ଦିନ ବଢୁଥିବା ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରୁଥିଲେ। ହଠାତ୍ ଟଳି ପଡ଼ିଲେ। ଆଉ ତା’ ପରେ ଆଉ ଉଠି ନ ଥିଲେ ମିସାଇଲ ମ୍ୟାନ। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଲା।
More Stories
ଜମ୍ମୁ-କାଶ୍ମୀରରେଏକାଧିକ ସ୍ଥାନରେ ଏନଆଇଏର ଚଢାଉ…..
ଦିଲ୍ଲୀ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ଆପ୍……
ଅଦାନୀ ଗ୍ରୁପ :ସୌର ପ୍ରକଳ୍ପ ପାଇଁ ଲାଞ୍ଚ ଦେଇଥିବା ଅଭିଯୋଗ, ଖଣ୍ଡନ କଲା ଗ୍ରୁପ୍…..