Report Card Odisha

| Daily Odia News

ସୁଦର୍ଶନ ପଟ୍ଟନାୟକ ବ୍ରିଟେନରେ ସମ୍ମାନିତ

ରିପୋର୍ଟ କାର୍ଡ / ଭୁବନେଶ୍ଵର

ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ତଥା ଅନ୍ତର୍ଜାତୀୟସ୍ତରରେ ଖ୍ୟାତନାମା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବ୍ରିଟେନରେ ପ୍ରଥମ ‘ଫ୍ରେଡ୍ ଡାରିଙ୍ଗଟନ୍ ସ୍ୟାଣ୍ଡ ମାଷ୍ଟର ଆଓ୍ବାର୍ଡ଼’ ପାଇଛନ୍ତି। ୱେମାଉଥରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ତାଙ୍କର ଚମତ୍କାର କଳାକୃତି ପାଇଁ ସୁଦର୍ଶନ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସେଠାରେ ସେ ଭଗବାନ ଗଣେଶଙ୍କର ୧୦ ଫୁଟ ଉଚ୍ଚର ବାଲୁକା ମୂର୍ତ୍ତି ନିର୍ମାଣ କରି ଶାନ୍ତିର ବାର୍ତ୍ତା ଦେଇଥିଲେ।ସୁଦର୍ଶନଙ୍କ ଏହି ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ‘ଏକ୍ସ’ ଜରିଆରେ ନିଜ ଖୁସି ବ୍ୟକ୍ତ କରି ଲେଖିଛନ୍ତି, ‘‘ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ତଥା ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ପ୍ରଥମ ବ୍ରିଟିଶ ସ୍ୟାଣ୍ଡ୍‌ ମାଷ୍ଟର ପୁରସ୍କାର ‘ଦି ଫ୍ରେଡ୍ ଡାରିଙ୍ଗଟନ୍’ରେ ସମ୍ମାନିତ କରାଯାଇଥିବାରୁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ୱେମାଉଥରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ସେ ଭଗବାନ ଗଣେଶଙ୍କ ୧୦ ଫୁଟ ଉଚ୍ଚର ବିଶାଳ ପ୍ରତିମୂର୍ତ୍ତି ମାଧ୍ୟମରେ ଶାନ୍ତିର ବାର୍ତ୍ତା ଦେଇଛନ୍ତି। ତାଙ୍କର ଯୋଗଦାନ ବିଶ୍ଵସ୍ତରରେ ଆମ ଦେଶ ତଥା ରାଜ୍ୟର ସାଂସ୍କୃତିକ ଐତିହ୍ୟକୁ ଆହୁରି ବଢାଇ ଦେଇଛି।’’

Breaking News