Report Card Odisha

| Daily Odia News

ହଠାତ୍‌ କଟାବନି ରାଶନ କାର୍ଡ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଶନ କାର୍ଡକୁ ନେଇ ବଡ଼ ଅପଡେଟ୍‌ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣପାତ୍ର । ସେ କହିଛନ୍ତି, ରାଜ୍ୟରେ କାହାର ହଠାତ୍‌ କଟାଯିବନି ରାଶନ କାର୍ଡ। ପ୍ରକୃତ ହିତାଧିକାରୀ ଯାଞ୍ଚ ପାଇଁ ହେବ ଫିଜିକାଲ ସର୍ଭେ । ସର୍ଭେ ପରେ ଚୂଡାନ୍ତ ହେବ ରାଶନ କାର୍ଡ ହିତାଧିକାରୀଙ୍କ ତାଲିକା । ଏବେ ସୁଦ୍ଧା ୩୦ ଲକ୍ଷ ୭୩୪ ହଜାର ଲୋକ EKYC କରିନାହାନ୍ତି । ୩୧ ମାର୍ଚ୍ଚ ପରେ ଜଣା ପଡ଼ିବ କେତେ ଲୋକ EKYC କରିନାହାନ୍ତି । ଏହାପରେ କାହିଁକି ହିତାଧିକାରୀ EKYC କରି ନାହାନ୍ତି ସେନେଇ ଫିଲଡ ଭିଜିଟ କରି ଦେଖିବେ ବିଭାଗୀୟ ଅଧିକାରୀ। ତେବେ ହଠାତ କାହାର ରାଶନକାର୍ଡ କଟାଯିବନାହିଁ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସୂଚନାଥାଉ କି, ୬ ଲକ୍ଷ ୩୫ ହଜାର ପୋର୍ଟାଲ ଜରିଆରେ ଆଗରୁ ଆବେଦନ କରିଛନ୍ତି ହିତାଧିକାରୀ । ଏବେ ସେମାନଙ୍କ ସର୍ଭେ ଚାଲିଥିବା ବେଳେ ଏପ୍ରିଲ ୧୫ ସୁଦ୍ଧା ସର୍ଭେ କାମ ସରିବ । ତା’ପରେ ନୂଆ ରାଶନକାର୍ଡ ହିତାଧିକାରୀ ରାଶନ ପାଇବେ । ନୂଆ ପୋର୍ଟାଲରେ ଏବେ ସୁଦ୍ଧା ୫୦ ହଜାର ନୂଆ ରାଶନକାର୍ଡ ପାଇଁ ଆବେଦନ କରିଛନ୍ତି । ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

Breaking News