ରିପୋର୍ଟ କାର୍ଡ / ଭୁବନେଶ୍ୱର
ଟିକାବାଲି ଥାନା ସ୍ଥିତ ବାସଭବନରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି କନଷ୍ଟେବଳ। ଆତ୍ମହତ୍ୟା କରିଥିବା ଶ୍ରୀନିବାସ ଘଟାଲ କନଷ୍ଟେବଳ ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ଡାକପାଲା ଗ୍ରାମର ବୋଲି ଜଣାପଡିଛି। କନଷ୍ଟେବଳ ଶ୍ରୀନିବାସ ଘଟାଲ ଟିକାବାଲି ଥାନାରେ ମୁତୟନ ଥିଲେ। ଜମିବାଡ଼ିକୁ ନେଇ ସବୁବେଳେ ଉଦାସ ରହୁଥିଲେ । ଆଜି ସ୍ଥାନୀୟ ଟିକାବାଲି ଥାନାରେ ତାଙ୍କ ସହକର୍ମୀମାନେ ଡ୍ୟୁଟି ପାଇଁ ଡାକିବା ବେଳେ ଶ୍ରୀନିବାସ ରହୁଥିବା କ୍ୱାର୍ଟରର କବାଟ ଭିତର ପଟେ ବନ୍ଦ ଥିବା ଦେଖିଥିଲେ। ଏହାପରେ ଝରକାରେ ଥିବା ଏକ ଛୋଟିଆ କଣାରୁ ଦେଖିବା ବେଳକୁ ଶ୍ରୀନିବାସ ଗାମୁଛାରେ ଫ୍ୟାନରେ ଝୁଲିଥିବା ଦେଖିବାକୁ ମିଳିଥିଲା। କନେଷ୍ଟବଳଙ୍କ ମୃତ୍ୟୁ ଖବର ପାଇ ଜ.ଉଦୟଗିରି ଉପଖଣ୍ଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି | ଟିକାବାଲି ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ୧/୨୦୨୩ ରେ ରୁଜୁ କରି ଅଧିକ ତଦନ୍ତ କରୁଥିବା ଥାନାଧିକାରୀ କଲ୍ୟାଣୀମୟୀ ସେଣ୍ଡ ସୂଚନା ଦେଇଛନ୍ତି।






More Stories
ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ…..
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
‘ଏସ୍ଓପି’ ନ ମାନିଲେ ଦରମା ବନ୍ଦ…..