ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରେ ପ୍ରେମୀ ଯୁଗଳ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ମୃତ ପ୍ରେମିକ ନୟାଗଡ ଜିଲ୍ଲାର ସୋମନାଥ ସାହୁ । ସୋମନାଥଙ୍କର ସ୍ତ୍ରୀ ଓ ଗୋଟିଏ ପୁଅ ଅଛନ୍ତି । ମୃତ ପ୍ରେମିକା ଢେଙ୍କାନାଳ ଜିଲ୍ଲା ରାସୋଳ ଅଞ୍ଚଳର ଜଣେ ବିବାହିତା ମହିଳା ବୋଲି ଜଣାପଡିଛି । ଖବର ଅନୁଯାୟୀ, ସୋମନାଥ ଦୀର୍ଘଦିନ ହେବ ସ୍ତ୍ରୀକୁ ଛାଡି ଉକ୍ତ ବିବାହିତା ମହିଳାଙ୍କୁ ଭଲ ପାଉଥିଲେ । ଏପିରିକି ସେ ଭରତପୁର ଥାନା ଅଧିନ ଫୁଲେଶ୍ବରୀ ବସ୍ତିରେ ରହୁଥିଲେ । ଯାହାକୁ ସୋମନାଥଙ୍କ ପରିବାର ଲୋକେ ପ୍ରତିବାଦ କରି ଆସୁଥିଲେ । ତେବେ ପରିବାର ଲୋକଙ୍କ ବାରମ୍ବାର ତାଗିଦ୍ ଯୋଗୁଁ ଉଭୟ ପ୍ରେମିକ ଓ ପ୍ରେମିକା ଘରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଭରତପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।






More Stories
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..