Report Card Odisha

| Daily Odia News

ଚାକିରୀ ଛାଡିଲେ ସୁଜାତା କାର୍ତ୍ତିକେୟନ୍….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଇଏଏସ୍ ସୁଜାତା କାର୍ତ୍ତିକେୟନ୍ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିବା (ଭିଆରଏସ୍) ପାଇଁ ଆବେଦନ କରିଥିବା ସୂଚନା ମିଳିଛି। ୧୫ ଦିନ ତଳେ ସେ କେନ୍ଦ୍ର ନିକଟରେ ଭିଆରଏସ୍ ପାଇଁ ଆବେଦନ କରିଥିଲେ। ୨୦୦୦ ବ୍ୟାଚ୍‌ ର ଆଇଏଏସ୍ ଅଫିସର ହେଉଛି ସୁଜାତା କାର୍ତ୍ତିକେୟନ୍। ବିଜେଡି ନେତା ଭିକେ ପାଣ୍ଡିଆନ୍‌ଙ୍କ ପତ୍ନୀ ହେଉଛନ୍ତି ସୁଜା କାର୍ତ୍ତିକେୟନ୍। ପୂର୍ବରୁ ଭିଆର୍‌ଏସ୍‌ ନେଇ ଭିକେ ପାଣ୍ଡିଆନ୍ ମଧ୍ୟ ରାଜନୀତିକୁ ଆସିଥିଲେ। ବିଜେଡିର ପରାଜୟ ପରେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ପାଣ୍ଡିଆନ୍। କିଛି ଦିନ ତଳେ ପାଣ୍ଡିଆନ୍ ଏକ ଅନ୍ତର୍ଜାତୀୟ ସଂସ୍ଥାରେ ଯୋଗଦେବେ ବୋଲି ଚର୍ଚ୍ଚା ହୋଇଥିଲା। ସୂଚନାଥାଉ କି, ସୁଜାତା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍କାଳୀନ ବ୍ୟକ୍ତିଗତ ସଚିବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ସ୍ତ୍ରୀ। ଦୀର୍ଘ ୬ମାସ ସେ ତାଙ୍କ ଝିଅର ୧୦ମ ପାଠପଢା ଲାଗି ଛୁଟିରେ ରହିବା ପରେ କିଛିଦିନ ତଳେ ସେ କାର୍ଯ୍ୟରେ ଯୋଗ ଦେଇଥିଲେ। ସେ ଆହୁରି ଅଧିକ ଦିନ ଛୁଟି ଆବେଦନ କରିଥିଲେ ମଧ୍ୟ ଭାଜପା ସରକାର ତାଙ୍କ ଆବେଦନକୁ ଖାରଜ କରିଥିଲେ। ଏହାପରେ ସେ ଅର୍ଥ ବିଭାଗ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ୨୦୨୪ ନିର୍ବାଚନରେ ବିଜେଡି କ୍ଷମତା ହରାଇବା ପରେ ସୁଜାତା ଛଅ ମାସର ଛୁଟିରେ ଥିଲେ। ନଭେମ୍ବର ୨୬, ୨୦୨୪ ପର୍ଯ୍ୟନ୍ତ ତାଙ୍କୁ ଛୁଟି ମଞ୍ଜୁର କରାଯାଇଥିଲା, କିନ୍ତୁ ତାଙ୍କ ଆବେଦନ ଅନୁସାରେ ଆଉ ଛଅ ମାସର ଛୁଟି ବୃଦ୍ଧି ପାଇଁ ଓଡ଼ିଶାର ଭାଜପା ସରକାର ଅନୁମତି ଦେଇ ନଥିଲେ। ଏହାପରେ ସେ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଥିବା ରିପୋର୍ଟ ପ୍ରକାଶ ପାଇଛି, ଯାହାକୁ କେନ୍ଦ୍ର ସରକାର ମଞ୍ଜୁରି ଦେଇଛନ୍ତି। 

Breaking News