ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେପିରୁ ଇସ୍ତଫା ଦେଇଥିବା ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ବିଜେଡିରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ମନ୍ତ୍ରୀ ପ୍ରତାପ ଦେବଙ୍କ ଉପସ୍ଥିତିରେ ସୁକାନ୍ତ ତାଙ୍କ ସମର୍ଥକଙ୍କ ସହିତ ବିଜେଡିରେ ମିଶିଥିଲେ। ବିଧାୟକ ସୁକାନ୍ତ କୁମାର ନାୟକଙ୍କର ଘର ବାହୁଡ଼ା ହୋଇଛି। ସେ ବିଜେଡିରୁ ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୪ରେ ସେ ବିଜେଡି ଟିକେଟରେ ନୀଳଗିରିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ ନିର୍ବାଚନ ବେଳକୁ ସେ ବିଜେଡିରୁ ଇସ୍ତଫା ଦେଇଥିଲେ ଓ ବିଜେପିରେ ମିଶି ପୁଣି ନୀଳଗିରିରୁ ଲଢ଼ିଥିଲେ। ୨୦୧୯ରେ ସେ ବିଜେପି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଆଉ ଚଳିତ ନିର୍ବାଚନ ବେଳେ ସେ ପୁଣି ବିଜେଡିକୁ ଫେରି ଯାଇଛନ୍ତି।
More Stories
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ଓଡ଼ିଶାରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା:ଦିଲ୍ଲୀରେ ତାଲିକା ଫାଇନାଲ!….
କଲେଜରେ ନିଜକୁ ଜାଳିଦେଲେ ଛାତ୍ରୀ……