ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
‘ଆପ୍’ ମନ୍ତ୍ରୀ ମାନେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ‘ଆପ୍’ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ଓ ଅନ୍ୟମାନଙ୍କ ନାଁରେ ବଟି ଆଦାୟ ଅଭିଯୋଗ ଉପରେ ସାନି ‘ସିବିଆଇ’ ତଦନ୍ତ ଦାବି କରି ଜେଲ୍ରେ ଥିବା ‘କନ୍ମ୍ୟାନ୍’ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀର ଉପରାଜ୍ୟପାଳ ଭି. କେ. ସାକ୍ସେନାଙ୍କୁ ପୁଣି ଏକ ପତ୍ର ଲେଖିଛନ୍ତି। ଶନିବାର ଦିନ ଉକ୍ତ ଅଭିଯୋଗ ପତ୍ରକୁ ସୁକେଶଙ୍କ ‘ଲିଗାଲ୍ ଟିମ୍’ ଦିଲ୍ଲୀ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଫର୍ୱାର୍ଡ କରି ଦେଇଛନ୍ତି। ଉକ୍ତ ପତ୍ରରେ ‘କନ୍ମ୍ୟାନ୍’ ପୁଣି ଅଭିଯୋଗ କରିଛନ୍ତି ଯେ, ସେ ସତ୍ୟେନ୍ଦ୍ର ଜୈନ୍ ଓ ତିହାର ଜେଲ୍ର ପୂର୍ବତନ ଡିଜି ସନ୍ଦୀପ ଗୋୟଲ୍ଙ୍କ ଠାରୁ ଭୟାବହ ଧମକ ପାଉଛନ୍ତି। ପତ୍ରରେ ସେ ଉଲ୍ଲେଖ କରିଛନ୍ତି, ମତେ ସାଙ୍ଘାତିକ ଶାସ୍ତି ଦିଆଯିବ। ଅଦାଲତରେ ହାଜର କରାଗଲା ବେଳେ ‘ଆପ୍’ କର୍ମୀମାନେ ମତେ ମାଡ଼ମାରି ଅଜ୍ଞାନ କରି ପକାଇବେ। ଏବେ ମଧ୍ୟ ମତେ ଶାସ୍ତି ଭୋଗିବାକୁ ପଡ଼ିବ ବୋଲି ସେମାନେ କହିଛନ୍ତି। ଏହି ଘଟଣାରେ ‘ଏଫ୍ଆଇଆର୍’ ଫାଇଲ୍ କରିବା ଲାଗି ସେ ଉପରାଜ୍ୟପାଳଙ୍କୁ ଅନୁରୋଧ କରିବା ସହିତ ‘ଆପ୍’ର ବାସ୍ତବତା ଜଣାଇ ଦେବାକୁ ତୁରନ୍ତ ‘ସିବିଆଇ’ ତଦନ୍ତ କରାଇବାକୁ କହିଛନ୍ତି। ସେ ଲେଖିଛନ୍ତି, ଏ ଘଟଣା କେବଳ ସତ୍ୟେନ୍ଦ୍ର ଜୈନ୍ଙ୍କ ସହିତ ସମ୍ପୃକ୍ତ ନୁହେଁ, ଘଟିଥିବା ସମସ୍ତ ଘଟଣାରେ ଅରବିନ୍ଦ କେଜ୍ରିୱାଲ୍ ଏବଂ କୈଳାସ ଗହଲୋଟ୍ ମଧ୍ୟ ଜଡ଼ିତ ଅଛନ୍ତି। ଆମେ ଯାହା ଦେଖୁଛୁ, ଘଟଣା ତା’ଠାରୁ ଢେର୍ ଅଧିକ।






More Stories
“ହମ୍ପଟି ଡମ୍ପଟି ବଜେଟ”……
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….