Report Card Odisha

| Daily Odia News

ଶ୍ରୀମନ୍ଦିରରେ ସୁନାବେଶ ଦେଖିବାକୁ ଧସେଇ ହୋଇ ପଶିଲେ ଭକ୍ତ…..

ରିପୋର୍ଟ କାର୍ଡ / ପୁରୀ

ଆଜି ପବିତ୍ର ଦୋଳପୂର୍ଣ୍ଣିମା । ଏହି ଅବସରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ସୁନାବେଶ ବେଶ ହୋଇଛନ୍ତି | ରତ୍ନସିଂହାସନରେ ଶ୍ରୀବିଗ୍ରଙ୍କୁ ମହଣ ମହଣ ସ୍ବର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ କରାଯାଇଛି । ପ୍ରଭୁ ଜଗନ୍ନାଥଙ୍କର ସୁନାବେଶ ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ନୀତି ବିଳମ୍ବ ପାଇଁ ମହାପ୍ରଭୁଙ୍କ ଦର୍ଶନ କିଛି ସମୟ ବନ୍ଦ ଥିଲା । ଦର୍ଶନ ଆରମ୍ଭ ହେବା ମାତ୍ରେ ସିଂହଦ୍ୱାରା ସମ୍ମୁଖରେ ଲମ୍ବା ଲାଇନ୍ ରେ ଥିବା ଭକ୍ତମାନେ ଧସେଇ ଭିତରକୁ ପଶିଥିବା ସୂଚନା ମିଳିଛି । ବ୍ୟାରିକେଡ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ଧସେଇ ହୋଇ ପଶିଛନ୍ତି ଶତାଧିକ ଭକ୍ତ । ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତ-ସେବାୟତଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଧସେଇ ହୋଇ ପଶିବାରୁ ସିଂହଦ୍ୱାର ଆଗରେ ଦଳାଚକଟା ସ୍ଥିତି ଦେଖାଦେଇଛି ।

Breaking News