ରିପୋର୍ଟ କାର୍ଡ / ରାଉରକେଲା
ସୁନ୍ଦରଗଡ଼ ଲୋକସଭା ପାଇଁ ବିଜେପି ପୁଣିଥରେ ସାଂସଦ ଜୁଏଲ୍ ଓରାମଙ୍କୁ ହିଁ ପ୍ରାର୍ଥୀ କରିବ ବୋଲି ସମସ୍ତଙ୍କର ଧାରଣା ରହିଥିଲା। ଟାଣୁଆ ଆଦିବାସୀ ନେତା ଜୁଏଲ୍ ଏହି ଆସନରୁ ୨୦୧୯ରେ ରେକର୍ଡ ଭୋଟରେ ଜିତିଥିଲେ। କିନ୍ତୁ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି ଏକ ଖବର ସାମ୍ନାକୁ ଆସିଛି। ୫ ପାଳିର ସାଂସଦ ଜୁଏଲ ଓରାମ ଏଥର ଲୋକସଭା ଲଢ଼ିବେନି। ଦଳ ତାଙ୍କୁ ବିଧାନସଭାରୁ ପ୍ରାର୍ଥୀ କରିବାକୁ ଚାହୁଛି। ଏହା ଚୂଡ଼ାନ୍ତ ହୋଇ ନଥିଲେ ମଧ୍ୟ ଜାନୁଆରି ୪ ଓ ୫ ତାରିଖରେ ରାଉରକେଲା ମେଫେୟାରରେ ଅନୁଷ୍ଠିତ ବିଜେପିର ଚିନ୍ତନ ଶିବିରରେ ଏ ସମ୍ପର୍କରେ ବିଚାରବିମର୍ଶ ହୋଇଥିବା ଶୁଣିବାକୁ ମିଳିଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ନିର୍ବାଚନର ସଫଳତା ପରେ ବିଜେପି ସେହି ଢାଞ୍ଚାରେ ସାଂସଦ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କୁ ବିଧାନସଭା ପାଇଁ ମଇଦାନକୁ ଉତାରିବାକୁ ଚାହୁଁଛି। ଦଳ ତାଙ୍କୁ ବଣାଇ ବିଧାନସଭାରେ ଛିଡ଼ା କରିବାକୁ ଚାହୁଥିବାବେଳେ ଜୁଏଲ୍ କିନ୍ତୁ ବଣାଇ ପରିବର୍ତ୍ତେ ସୁନ୍ଦରଗଡ଼ ସଦର ବିଧାନସଭାରୁ ଲଢ଼ିବା କଥା ଚର୍ଚ୍ଚାକୁ ଆସିଛି।





More Stories
କ୍ୟାବିନେଟ ବୈଠକରେ ୪ ପ୍ରସ୍ତାବକୁ ମୋହର…..
ରାତି୧୦ଟାରେ ଉଠିବ ମହାଦୀପ…..
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…..