ରିପୋର୍ଟ କାର୍ଡ / ସୁନ୍ଦରଗଡ଼
ସୁନ୍ଦରଗଡ଼ ହେମଗିରି ବ୍ଲକ୍ ଗର୍ଜନବାହାଲ ହାଇସ୍କୁଲ ପଛପଟୁ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି | ସୂଚନାଯୋଗ୍ୟ -ହେମଗିରି ବ୍ଲକ୍ ଗର୍ଜନବାହାଲ ହାଇସ୍କୁଲ ପଛପଟେ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ପୋଲିସ ଖବର ପାଇ ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ପୋଲିସ ପକ୍ଷରୁ ଏକ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମାମଲାର ଛାନଭିନ କରୁଛି । ତେବେ ମୃତ ଛାତ୍ରଙ୍କ ପରିଚୟ ପ୍ରସାଦ ଖଣ୍ଡା ବୋଲି ଜଣାପଡିଛି । ଗର୍ଜନବହଲ ହାଇସ୍କୁଲ ଛାତ୍ରାବାସରେ ରହି ପାଠ ପଢୁଥିଲେ ପ୍ରସାଦ । ଛାତ୍ରଙ୍କର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ






More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..