ରିପୋର୍ଟ କାର୍ଡ / ସୁନ୍ଦରଗଡ଼
ମାଆ କୋଳରେ ଶୋଇଥିଲା ୪ ବର୍ଷ କୁନି ଝିଅ କୁ ରାତି ଅଧରେ ଘରୁ ଉଠାଇ ଆଣି ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଆଜି ଏହିମାମଲାରେ ୩୫ ଜଣ ସାକ୍ଷୀ ଓ ଅନ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତକୁ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି ସୁନ୍ଦରଗଡ଼ ପକ୍ସୋ କୋର୍ଟ। ଉଲ୍ଲେଖ ଯୋଗ୍ୟ- ୨୦୧୬ ମସିହା ଅକ୍ଟୋବର ୨୧ ତାରିଖ ରାତିରେ ମାଆ ଓ ବଡ଼ ଭଉଣୀ ସହିତ ଶୋଇଥିଲା ୪ ବର୍ଷର ବାପ ଛେଉଣ୍ଡ କୁନି ଝିଅ। ହେଲେ ରାତିରେ ନିଦ ଭାଙ୍ଗିଲା ବେଳକୁ ପାଖରେ ଝିଅ ନଥିଲା। ତେଣୁ ଝିଅକୁ ଚାରିଆଡ଼େ ଖୋଜାଖୋଜି କରିଥିଲେ ମାଆ। ୨୨ ତାରିଖରେ ଏନେଇ ସୁନ୍ଦରଗଡ଼ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ ନାବାଳିକାଙ୍କ ମାଆ। ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଥାନାରେ ଅଭିଯୋଗ ହେବାର ୩ ଦିନ ପରେ ଏକ ନିର୍ମାଣାଧୀନ ଘର ଭିତରୁ ପୋଲିସ ନାବାଳିକାଙ୍କ ମୃତଦେହ ପାଇଥିଲା। ପ୍ରାଥମିକ ତଦନ୍ତରୁ ପୋଲିସ ପଡ଼ୋଶୀ ସଞ୍ଜୀବ କେରକେଟା କୁ ସନ୍ଦେହ କରିଥିଲା | ଗାଁ ଓ ପରିବାର ଲୋକଙ୍କ ତଥ୍ୟ ଆଧାରରେ ପୋଲିସ ସଞ୍ଜୀବ କେରକେଟାକୁ ଉଠାଇ ଆଣି ଜେରା କରିଥିଲା। ଜେରା ବେଳେ ସବୁ ସତକଥା ମାନିଥିଲା ସଞ୍ଜୀବ। ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ଦୁଷ୍କର୍ମ ହୋଇଥିବା ଜଣାପଡ଼ିଥିଲା। ଏହା ପରେ ପୋଲିସ ସଞ୍ଜୀବ କେରକେଟାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
More Stories
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..