ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର
ବିଜେପି ରାଜ୍ୟର ସଂଗଠନ ମହାମନ୍ତ୍ରୀ ସୁନୀଲ ବଂଶଲଙ୍କୁ ବଡ଼ ଦାୟିତ୍ୱ ଦେଇଛି | ସୁନୀଲ ବଂଶଲଙ୍କୁ ଦଳ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛି । ସୁନୀଲ ଓଡ଼ିଶା ସହ ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ପ୍ରଭାରୀ ଦାୟିତ୍ୱ ମିଳିଛି । ଏନେଇ ଆଜି ବିଜେପି ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସୁନୀଲଙ୍କ ନୂଆ ଦାୟିତ୍ୱ ନେଇ ଘୋଷଣା କରିଛନ୍ତି । ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିଥିଲେ । ଶାହ ତାଙ୍କର ଗସ୍ତ ଅବସରରେ ରାଜ୍ୟ ନେତୃବୃନ୍ଦଙ୍କୁ ଦଳର ସଂଗଠନ ଓ ୨୦୨୪ ନିର୍ବାଚନକୁ ନେଇ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ଶାହ ଓଡ଼ିଶାରେ ଦଳର ସ୍ଥିତି ବିଷୟରେ ଅନୁଧ୍ୟାନ କରିବା ପରେ ନୂଆ ପ୍ରଭାରୀ ଭାବେ ସୁନୀଲଙ୍କୁ ନିଯୁକ୍ତି ଦିଆଯାଇଛି । ଗତ ୨୦୧୪ ଲୋକସଭାରେ ଶାନଦାର ବିଜୟ ପରେ ସୁନୀଲଙ୍କୁ ଉତ୍ତରପ୍ରଦେଶର ସଂଗଠନ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିଲା ।






More Stories
ବିଜେଡି ନେତାଙ୍କ ଘରେ IT ରେଡ…..
ଏଣକି ରୁପା ଅଳଙ୍କାରରେ ମିଳିବ ଲୋନ୍…..
ପିଲାଙ୍କ ପାଇଁ ଆରଜେଡି କଣ କରିବାକୁ ଚାହୁଁଛି……