ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କୁ ବର୍ତ୍ତମାନ ଆଇଏସଏସ (ଇଣ୍ଟରନ୍ୟାସନାଲ ସ୍ପେସ୍ ସେଣ୍ଟର) କମାଣ୍ଡ ଦାୟିତ୍ବ ଦିଆଯାଇଛି। ରୁଷ୍ ମହାକାଶଚାରୀ ଓଲେଗ୍ କୋନୋନେଙ୍କୋ ରବିବାର ସୁନିତାଙ୍କୁ ଆଇଏସଏସ୍ର ନେତୃତ୍ବ ହସ୍ତାନ୍ତର କରିଛନ୍ତି। ଅନ୍ୟ ଦୁଇ ମହାକାଶଚାରୀଙ୍କ ସହ କୋନୋନେଙ୍କୋ ପୃଥିବୀକୁ ଫେରୁଥିବାରୁ ସୁନିତାଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି। ଦୀର୍ଘ ୧୨ ବର୍ଷ ପରେ ସୁନିତା ଦ୍ବିତୀୟ ଥର ଆଇଏସଏସର ନେତୃତ୍ବ ସମ୍ଭାଳିଛନ୍ତି। ଜୁନ୍ ୬ରେ ମହାକାଶକୁ ଯାତ୍ରା କରିଥିବା ସୁନିତା ଏ ପର୍ଯ୍ୟନ୍ତ ପୃଥିବୀକୁ ଫେରିପାରିନାହାନ୍ତି। ସୁନିତା ଓ ବବ୍ ୱିଲମୋରଙ୍କୁ ନେଇ ଯାତ୍ରା କରିଥିବା ବୋଇଂ ଷ୍ଟାରଲାଇନର ଯାନରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ଏହା କୌଣସି ମହାକାଶଚାରୀଙ୍କୁ ନ ଆଣି ପୃଥିବୀକୁ ଫେରିଆସିଛି। ଆସନ୍ତାବର୍ଷ ସ୍ପେସ୍ଏକ୍ସ ରକେଟରେ ସୁନିତା ମହାକାଶରୁ ଫେରିବେ ବୋଲି ନାସା କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।
More Stories
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….
ଜମ୍ମୁ-କାଶ୍ମୀରରେଏକାଧିକ ସ୍ଥାନରେ ଏନଆଇଏର ଚଢାଉ…..