Report Card Odisha

| Daily Odia News

ଆଜି ପୃଥିବୀକୁ ଫେରିବେ ସୁନିତା ୱିଲିୟମ୍‌ସ……

NASA astronauts Butch Wilmore (L) and Suni Williams, wearing Boeing spacesuits, wave as they prepare to depart the Neil A. Armstrong Operations and Checkout Building at Kennedy Space Center for Launch Complex 41 at Cape Canaveral Space Force Station in Florida to board the Boeing CST-100 Starliner spacecraft for the Crew Flight Test launch, on June 5, 2024. Boeing on June 5 will try once more to launch astronauts aboard a Starliner capsule bound for the International Space Station. Liftoff is targeted for 10:52 am (1452 GMT) for a roughly one-week stay at the orbital laboratory. (Photo by Miguel J. Rodriguez Carrillo / AFP) (Photo by MIGUEL J. RODRIGUEZ CARRILLO/AFP via Getty Images)

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦୀର୍ଘ ୯ ମାସ ଧରି ଆଇଏସଏସ୍‌ ରେ ଅଟକି ରହିଥିବା ନାସା ମହାକାଶଚାରୀ ସୁନିତା ୱିଲିୟମ୍‌ସ ଏବଂ ତାଙ୍କ ସାଥୀ ବଚ୍‌ ୱିଲମୋରଙ୍କ ସମେତ ଅନ୍ୟ ଦୁଇ ମହାକାଶଚାରୀ ନିକ୍‌ ହେଗ୍‌ ଓ ଆଲେକ୍‌ଜାଣ୍ଡାର ଗୋର୍ବୁନୋଭ୍‌ ଆଜି ସନ୍ଧ୍ୟା (ଭାରତୀୟ ସମୟ ମଙ୍ଗଳବାର ରାତି ୩ଟା ୩୦ ମିନିଟ) ସୁଦ୍ଧା ପୃଥିବୀପୃଷ୍ଠରେ ଅବତରଣ କରିବେ ବୋଲି ନାସା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସ୍ପେସ୍‌ଏକ୍ସ ମହାକାଶଯାନ କ୍ରିଉ ଡ୍ରାଗନ ଇତିମଧ୍ୟରେ ଆଇଏସଏସ୍‌ ସହ ଡକିଂ କରିସାରିଥିବାବେଳେ ଏଥିରେ ଯାତ୍ରା କରିଥିବା ଚାରିଜଣ ମହାକାଶଚାରୀ ଆଇଏସ୍‌ଏସ୍‌ରେ ପ୍ରବେଶ କରିସାରିଛନ୍ତି। ସୁନିତା ଓ ୱିଲମୋରଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ସୋମବାର ସନ୍ଧ୍ୟାରୁ ନାସା ପକ୍ଷରୁ ଅବଗଣନା ଆରମ୍ଭ ହୋଇସାରିଛି। କ୍ରିଉ ଡ୍ରାଗନ ନିର୍ଦ୍ଧାରିତ ସମୟରେ ଫ୍ଲୋରିଡା ଉପକୂଳସ୍ଥ ସମୁଦ୍ରରେ ଅବତରଣ କରିବ। ନାସା ପକ୍ଷରୁ ଏହି ପ୍ରକ୍ରିୟାର ସିଧା ପ୍ରସାରଣ ବ୍ୟବସ୍ଥା ମଧ୍ୟ କରାଯାଇଛି। ସୂଚନାଯୋଗ୍ୟ ୨୦୨୪ ଜୁନରେ ସୁନିତା ଓ ୱିଲମୋର ବୋଇଂ ଷ୍ଟାରଲାଇନର ଯୋଗେ ମହାକାଶକୁ ଯାତ୍ରା କରିଥିଲେ। ଏକ ସପ୍ତାହ ଆଇଏସ୍‌ଏସ୍‌ରେ ରହିବା ପରେ ସେମାନେ ପୃଥିବୀପୃଷ୍ଠକୁ ଫେରିବା କଥା। ତେବେ ଷ୍ଟାରଲାଇନରରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାଫଳରେ ସେମାନଙ୍କର ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମକୁ ନାସା କର୍ତ୍ତୃପକ୍ଷ ବାତିଲ କରିବାକୁ ବାଧ୍ୟ ହୋଇଥିଲେ। କିଛି ଦିନ ବ୍ୟବଧାନରେ ଦୁଇ ମହାକାଶଚାରୀଙ୍କୁ ସାଙ୍ଗରେ ନଆଣି ଷ୍ଟାରଲାଇନର ପୃଥିବୀକୁ ଫେରିଆସିଥିଲା। ନିୟମ ଅନୁଯାୟୀ ଜଣେ ମହାକାଶଚାରୀ ଅତିବେଶୀରେ ୬ ମାସ ପର୍ଯ୍ୟନ୍ତ ଆଇଏସ୍‌ଏସ୍‌ରେ ଅବସ୍ଥାନ କରିବା କଥା। ଅବଶ୍ୟ ଅତୀତରେ ଦୁଇ ଦୁଇଥର ଏଥିରେ ବ୍ୟତିକ୍ରମ ଘଟିଛି।

Breaking News