ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ନିଳାଦ୍ରୀ ବିହାର ସ୍ଥିତ ମୋର୍ ସୁପର ମାର୍କେଟ ସିଲ୍ କଲା ବିଏମସି। କୋଭିଡ ଗାଇଡ ଲାଇନ୍ ଉଲଂଘନ ଅଭିଯୋଗରେ ବିଏମସି ସିଲ୍ କରିଥିବା ସୂଚନା ମିଳିଛି । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବିଏମସି ଏନଫୋର୍ସମେଣ୍ଟ ଟିମ୍ କଲା ଏହି ସୁପର ମାର୍କେଟକୁ ସିଲ୍ କରିଛି । ସୂଚନା ଅନୁସାରେ- ଆଜି ଉଦଘାଟନ ହୋଇଥିଲା ଏହି ସୁପର ମାର୍କେଟ । ଉଦଘାଟନ ପରେ ଗ୍ରାହକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଲୋକେ କୋଭିଡ ପ୍ରୋଟୋକଲ ମାନିନଥିବା କୁହାଯାଉଥିଲା । ବିନା ମାସ୍କ, ସାମାଜିକ କଟକଣାକୁ ଅଣଦେଖା କରି କିଣାକିଣି କରୁଥିଲେ ଲୋକ । ଏନେଇ ଖବର ଜଣାପଡିବା ପରେ ବିଏମସି ପକ୍ଷରୁ ସୁପର ମାର୍କେଟକୁ ସିଲ୍ କରାଯାଇଛି ।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……