Report Card Odisha

| Daily Odia News

ଲଖିମପୁର ମାମଲା: ଅବସରପ୍ରାପ୍ତ ବିଚାରପତିଙ୍କୁ ତଦନ୍ତ ନିରୀକ୍ଷଣ ଦାୟିତ୍ୱ ଦେଲେ ସୁପ୍ରିମକୋର୍ଟ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲଖିମପୁର ଖେରୀ ହିଂସା ମାମଲାକୁ ଅବସରପ୍ରାପ୍ତ ବିଚାରପତି ତଦନ୍ତ ନିରୀକ୍ଷଣ କରିବେ | ଇନିଏ ଆଜି ସୁପ୍ରିମକୋର୍ଟ ପଞ୍ଜାବ ଓ ହରିଆଣା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରାକେଶ କୁମାର ଜୈନଙ୍କୁ ଲଖିମପୁର ଖେରି ହିଂସା ଘଟଣାର ତଦନ୍ତ କାର୍ଯ୍ୟ ନିରୀକ୍ଷଣ କରିବାକୁ ନିଯୁକ୍ତି ଦେଇଛନ୍ତି । ଏଥିସହିତ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଏହି ହିଂସା ଘଟଣାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି)ରେ ଉତ୍ତର ପ୍ରଦେଶର ତିନି ଆଇପିଏସ ଅଧିକାରୀଙ୍କୁ ସାମିଲ କରିଛନ୍ତି, ଯେଉଁମାନେ ଉକ୍ତ ରାଜ୍ୟର ମୂଳ ବାସିନ୍ଦା ନୁହନ୍ତି । ଏସଆଇଟି ତାହାର ତଦନ୍ତ ଶେଷକରି ସ୍ଥିତିପତ୍ର ଅଦାଲତରେ ଦାଖଲ କରିବା ପରେ ସୁପ୍ରିମକୋର୍ଟର ଏହାର ପରବର୍ତ୍ତୀ ଶୁଣାଣି ଆରମ୍ଭ କରିବେ ବୋଲି କହିଛନ୍ତି । ଏସଆଇଟି ପାଇଁ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ନିଯୁକ୍ତ କରାଯାଇଥିବା ଅଧିକାରୀଙ୍କୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗତ ୧୫ ତାରିଖ ଦିନ ଏହି ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ ତଦନ୍ତକାରୀ ଦଳରେ ସାମିଲ କରାଯାଉଥିବା ପୁଲିସ ଅଧିକାରୀ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇଥିବା ଆବଶ୍ୟକ । ସେଥିପାଇଁ ରାଜ୍ୟର ଆଇପିଏସ ଅଧିକାରୀଙ୍କ ନାମ ସୁପ୍ରିମକୋର୍ଟ ମାଗିଥିଲେ, ଯେଉଁମାନେ ଉତ୍ତର ପ୍ରଦେଶର ମୂଳ ବାସିନ୍ଦା ହୋଇନଥିବେ । ସୂଚନାଯୋଗ୍ୟ ଯେ ଉତ୍ତର ପ୍ରଦେଶ ସରକାର ସବଇନ୍ସପେକ୍ଟର ଏବଂ ଡିଏସପି ସ୍ତରୀୟ ଅଧିକାରୀଙ୍କୁ ଏସଆଇଟିରେ ନିଯୁକ୍ତ କରିଥିଲେ ।

Breaking News