Report Card Odisha

| Daily Odia News

ରାଜନୈତିକ ଦଳ କୁ ଚାନ୍ଦା ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜନୈତିକ ଦଳ କୁ ଚାନ୍ଦା ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି | କହିଛନ୍ତି ଚଳିତ ବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା କେତେ ଚାନ୍ଦା ଆଦାୟ କରିଛନ୍ତି ରାଜନୈତିକ ଦଳ। ନିର୍ବାଚନ କମିଶନ ଏହାର ସମସ୍ତ ତଥ୍ୟ ଦିଅନ୍ତୁ। ଇଲେକ୍ଟୋରାଲ ବଣ୍ଡ ସ୍କିମ ମାମଲାର ଶୁଣାଣି କରି ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଇଲେକ୍ଟୋରାଲ ବଣ୍ଡରୁ ରାଜନୈତିକ ଚାନ୍ଦାକୁ ନେଇ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ରିପୋର୍ଟ ମାଗିଛନ୍ତି। ୨୦୨୩ ସେପ୍ଟେମ୍ବର ୩୦ ସୁଦ୍ଧା କେଉଁ ଦଳକୁ କେତେ ଚାନ୍ଦା ମଳିଛି। କିଏ କେତେ ଟଙ୍କା ଆଦାୟ କରିଛନ୍ତି। ସେ ସବୁର ରିପୋର୍ଟ ନିର୍ବାଚନ କମିଶନ ଦିଅନ୍ତୁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଯଦି ଆବଶ୍ୟକ ପଡେ ଡାଟା ସଂଗ୍ରହ କରିବା ପାଇଁ ଆପଣ ଷ୍ଟେଟ୍‌ ବ୍ୟାଙ୍କଠାରୁ ତଥ୍ୟ ନେଇପାରିବେ ବୋଲି ସିଜେଆଇ କହିଛନ୍ତି। ୨୦୧୯ରେ ଏକ ନିର୍ଦ୍ଦେଶ ପାରିତ ହୋଇଥିଲା। ନିର୍ବାଚନ ବଣ୍ଡ ମାଧ୍ୟମରେ ଫଣ୍ଡ ନେଉଥିବା ସମସ୍ତ ରାଜନୈତିକ ଦଳଙ୍କର ପୂରା ତଥ୍ୟ ନିର୍ବାଚନ କମିଶନକଙ୍କୁ ଦେବାକୁ କୁହାଯାଇଥିଲା। ତେବେ ନିର୍ଦ୍ଦେଶ ମିଳିବା ସତ୍ତ୍ୱେ ବି ୨୦୧୯ ପରଠାରୁ ଏ ବାବଦରେ କୌଣସି ଡାଟା କାହିଁକି ଦିଆଯାଇନାହିଁ ବୋଲି ଇସିଙ୍କୁ କୋର୍ଟ ପ୍ରଶ୍ନ କରିଛନ୍ତି। ଆପଣଙ୍କ ପାଖରେ ୨୦୨୩ ଯାଏଁ ସମସ୍ତ ଡାଟା ରହିବା ଆବଶ୍ୟକ ବୋଲି ଜଷ୍ଟିସ ସଞ୍ଜିବ ଖନ୍ନା କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ସଞ୍ଜୀବ ଖନ୍ନା, ଜଷ୍ଟିସ ବିଆର୍‌ ଗଓ୍ୱଇ, ଜଷ୍ଟିସ ଜେବି ପାରଦିବାଲା ଓ ଜଷ୍ଟିସ ମୋନଜ ମିଶ୍ରାଙ୍କ ଖଣ୍ଡପୀଠ ଆଜି ଏହି ମାମଲର ଶୁଣାଣି କରିଛନ୍ତି। ଇଲେକ୍ଟୋରାଲ ବଣ୍ଡ ସ୍କିମ ମାମଲାରେ ୪ଟି ଆବେଦନ ଦାଖଲ ହୋଇଛି। ଏଥିରେ କଂଗ୍ରେସ ନେତା ଜୟା ଠାକୁର ଓ ସିପିଏମ୍‌ର ପିଟିସନଗୁଡିକ ମଧ୍ୟ ସାମିଲ ଅଛି।

Breaking News