ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୁମ୍ବାଇର ପୂର୍ବତନ ପୋଲିସ କମିଶନର୍ ପରମବୀର ସିଂହଙ୍କୁ ସୁପ୍ରିମ୍ କୋର୍ଟ ଗିରଫଦାରିରୁ ବଞ୍ଚାଇ ଦେଇଛନ୍ତି କରିଛନ୍ତି। କିନ୍ତୁ, ତାଙ୍କ ବିରୋଧରେ ଆଗତ ହୋଇଥିବା ବଟି ଆଦାୟ ଅଭିଯୋଗ ତଦନ୍ତରେ ସହଯୋଗ କରିବା ଲାଗି ସର୍ବୋଚ୍ଚ ଅଦାଲତ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର ମାସରୁ ନିରୁଦ୍ଦିଷ୍ଟ ହୋଇଯାଇଥିବା ପରମବୀର ଫେରାର ହୋଇ ନାହାନ୍ତି, ଭାରତରେ ଅଛନ୍ତି ବୋଲି ତାଙ୍କ ଓକିଲ ଅଦାଲତଙ୍କୁ କହିଛନ୍ତି। ସେ କହିଲେ, ପରମବୀର ସିଂହ ଫେରାର ହେବାକୁ ଚାହାଁନ୍ତି ନାହିଁ କି, କୁଆଡ଼େ ପଳାଇ ଯିବାକୁ ଚାହାଁନ୍ତି ନାହିଁ। କିନ୍ତୁ, ତାଙ୍କ ଜୀବନ ପ୍ରତି ବିପଦ ରହିଛି। ସେ କେଉଁଠି ଅଛନ୍ତି ଜଣାଇଲେ ଯାଇ ତାଙ୍କ ଆବେଦନର ଶୁଣାଣି କରାଯିବ ବୋଲି ଗତ ସପ୍ତାହରେ ସୁପ୍ରିମ୍ କୋର୍ଟ କହିଥିଲେ। ଆବେଦନ ପତ୍ରରେ ସିଂହ ଲେଖିଥିଲେ, ଭୟ ହେତୁ ଯେ, ମୁଁ ଅଦାଲତରେ ହାଜର ହେଉନି, ତାହା ନୁହେଁ। ବିଚାର ବ୍ୟବସ୍ଥା ଉପରେ ମୋର ପୂର୍ଣ୍ଣ ଆସ୍ଥା ରହିଛି। ମୁଁ ‘ସିବିଆଇ’ ଅଦାଲତରେ ହାଜର ହେବାକୁ ପ୍ରସ୍ତୁତ। କିନ୍ତୁ, ମୋତେ ଅନୁସରଣ କରାଯାଉଛି। ମୋ ନାଁରେ ୬ଟି ମାମଲା ରୁଜୁ କରାଯାଇଛି। ମୁଁ ଦୁଃଖରେ ଅଛି। ଦୟାପୂର୍ବକ ମତେ ସୁରକ୍ଷା ପ୍ରଦାନ କରନ୍ତୁ। ମୁଁ ଥିଲି ସବୁଠୁ ବରିଷ୍ଠ ପୋଲିସ ଅଧିକାରୀ। ମୁଁ ଫେରାର ହୋଇଯିବି ନାହିଁ। ଆଜି ତାଙ୍କ ଆବେଦନର ଶୁଣାଣି କରି ସୁପ୍ରିମ୍ କୋର୍ଟ କହିଲେ, ଅଫିସର୍ ତଦନ୍ତରେ ଯୋଗ ଦେବେ। କିନ୍ତୁ, ତାଙ୍କୁ ଗିରଫ କରାଯାଇ ପାରିବ ନାହିଁ। ମାନେ ପକାଇ ଦେବା ପାଇଁ ଚାହିଁବୁକି -ପରମବୀର ସିଂହ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ ନେଇ ସାଙ୍ଘାତିକ ଅଭିଯୋଗ ଆଣିଥିଲେ। ସଚିନ ବାଝେଙ୍କୁ ୧୦୦ କୋଟି ଟଙ୍କାର ବଟି ଆଦାୟ କରିବା ପାଇଁ ଦେଶମୁଖ ଟାର୍ଗେଟ ଦେଇଥିଲେ ବୋଲି ପରମବୀର ଅଭିଯୋଗ କରିଥିଲେ। ଏହାକୁ ନେଇ ସେ ଚିଠି ଲେଖିଥିଲେ। ଏହା ପରେ ବିବାଦ ଉପୁଜିଥିଲା। ମୁମ୍ବାଇ କ୍ରାଇମବ୍ରାଞ୍ଚ ଏହି ବଟି ଆଦାୟ ମାମଲାର ଯାଞ୍ଚ କରୁଛି। ଏହି ମାମଲାରେ ଛୋଟା ଶକିଲର ନିକଟତର ରିୟାଜ ଭାଟି ମଧ୍ୟ ଅଭିଯୁକ୍ତ ଏବଂ ସେ ଏବେ ଗାଏବ ରହିଛି । ପୋଲିସ ଏବେ ତାକୁ ଖୋଜିବା ଜାରି ରଖିଛି ।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……