ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କୁ ଜାମିନ ମିଳିଛି। ଦିଲ୍ଲୀ ଅବକାରୀ ଦୁର୍ନୀତି ଓ ଅର୍ଥ ହେରଫେର ମାମଲାରେ ଆଜି ସୁପ୍ରିମକୋର୍ଟ ସିସୋଦିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦୁଇ ଜଣିଆ ଖଣ୍ଡପୀଠ ତାଙ୍କ ଜାମିନ ଆବେଦନ ଉପରେ ରାୟ ଶୁଣାଇ ସର୍ତ୍ତ ଆଧାରରେ ଜାମିନ ପ୍ରଦାନ କରିଛନ୍ତି। ସର୍ତ୍ତ ଅନୁସାରେ, ସିସୋଦିଆ ତାଙ୍କ ପାସପୋର୍ଟ ପଇଠ କରିବେ। ପ୍ରତି ସୋମବାର ଥାନାରେ ସାକ୍ଷ୍ୟ ଦେବାକୁ ପଡ଼ିବ। ଏହା ସହିତ ପ୍ରମଆଣ ନଷ୍ଟ ପାଇଁ ଚେଷ୍ଟା ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ କୋର୍ଟ ତାଙ୍କୁ ସଚିବାଳୟ ଯିବାକୁ ଅନୁମତି ଦେଇଛନ୍ତି। ଗିରଫ ହେବାର ଦୀର୍ଘ ୧୮ ମାସ ପରେ ମନୀଷ ସିସୋଦିଆଙ୍କୁ ଜାମିନ ମିଳିଛି।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..