ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗଣମାଧ୍ୟମ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ | ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଏକପାଖିଆ ରିପୋର୍ଟକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ଥିବା ସୂଚନା ମିଳିଛି | ବିଶେଷ କରି ଗୋଟିଏ ନ୍ୟୁଜ ରିପୋର୍ଟରେ ବିଚାରପତିଙ୍କୁ ଟର୍ଗେଟ କରଯାଇଥିବାରୁ ସୁପ୍ରିମକୋର୍ଟ ମିଡିଆକୁ ସୀମା ଭିତରେ ରହିବାକୁ ପରାମର୍ଶ ଦେଇଛନ୍ତି। ବିଚାରପତିଙ୍କୁ ଟାର୍ଗେଟ କରିବାର ଗୋଟିଏ ସୀମା ରହିଛି। ତା’ ମଧ୍ୟରେ ରହି ଆପଣମାନେ ସବୁ କାମ କରନ୍ତୁ ବୋଲି କୋର୍ଟ କହିଛନ୍ତି। ବିଭିନ୍ନ ଖ୍ରୀଷ୍ଟିଆନ ସଂପ୍ରଦାୟର ଅନୁଷ୍ଠାନ ଉପରେ ଆକ୍ରମଣ ଘଟଣା ବଢ଼ୁଥିବା ବେଳେ ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। କିନ୍ତୁ କୋର୍ଟ ଏହାର ଶୁଣାଣିରେ ବିଳମ୍ବ କରିଥିବାରୁ ଗୋଟିଏ ମିଡିଆ ହାଉସ ବିଚାରପତିଙ୍କୁ ପରୋକ୍ଷରେ ଟାର୍ଗେଟ କରିଥିଲା। ଆଜି ଉକ୍ତ ଆବେଦନର ଶୁଣାଣି ବେଳେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ବଡ଼ କଥା କହିଛନ୍ତି। ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇଥିଲେ ଯେ ସୁପ୍ରିମକୋର୍ଟ ଶୁଣାଣିରେ ବିଳମ୍ବ କରୁଛନ୍ତି। କିନ୍ତୁ ମନେ ରଖନ୍ତୁ, ବିଚାରପତିଙ୍କୁ ଟାର୍ଗେଟ କରିବା ପାଇଁ ଆପଣମାନଙ୍କ ପାଖରେ ନିର୍ଦ୍ଦିଷ୍ଟ ସୀମା ରହିଛି। କିଏ ଏହି ନ୍ୟୁଜ ସବୁ ଏଠାରୁ ବାହାରକୁ ଦେଉଛି | ଅନଲାଇନରେ ମୁଁ ନ୍ୟୁଜ ଦେଖିଲା ବେଳକୁ ବିଚାରପତି ଶୁଣାଣିକୁ ବିଳମ୍ବିତ କରୁଥିବା ଲେଖାଯାଇଛି। ଗତଥର ଜଣେ ବିଚାରପତି କୋଭିଡରେ ଆକ୍ରାନ୍ତ ଥିବାରୁ ମାମଲାର ଶୁଣାଣି କରାଯାଇ ପାରି ନଥିଲା। ସେ ଯାହା ବି ହେଉ, ଆମେ ଶୁଣାଣି ପାଇଁ ଏହାକୁ ତାଲିକାଭୁକ୍ତ କରୁଛୁ। ନ ହେଲେ ପୁଣି ଗୋଟିଏ ନ୍ୟୁଜ ରିପୋର୍ଟ ପ୍ରକାଶ ପାଇବ।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……