ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଛୋଟ ଅପରାଧ ପାଇଁ ଅଧା ଜେଲ୍ଦଣ୍ଡ ଭୋଗିସାରିଥିବା କଏଦୀମାନେ ଜେଲ୍ରୁ ମୁକୁଳିବେ। ସାତ ବର୍ଷ କିମ୍ବା ଏହାଠାରୁ କମ୍ ବର୍ଷ ପାଇଁ ଦଣ୍ଡିତ ଅପରାଧୀମାନଙ୍କୁ ଏହି ବ୍ୟବସ୍ଥାରେ ଖଲାସ କରାଯାଇଥାଏ। ସୁପ୍ରିମକୋର୍ଟ ଓଡ଼ିଶା ସମେତ ଦିଲ୍ଲୀ, ଗୁଜରାଟ, କେରଳ, ରାଜସ୍ଥାନ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡ଼ୁ ଓ ଛତିଶଗଡ଼ ହାଇକୋର୍ଟକୁ ଏହି ମର୍ମରେ ନିର୍ଦ୍ଦେଶ ଜାରି କରିଛନ୍ତି | ସୁପ୍ରିମକୋର୍ଟ ଉପରୋକ୍ତ ହାଇକୋର୍ଟମାନଙ୍କୁ କହିଛନ୍ତି, ଏ ଭଳି ଛୋଟ ଅପରାଧୀଙ୍କୁ ଚିହ୍ନଟ କରାଯାଉ ଯେଉଁମାନେ କି ଅପରାଧର ଅଧା ଦଣ୍ଡ ଭୋଗିସାରିଛନ୍ତି। ସେମାନଙ୍କ ସହ ପ୍ରାବଧାନ ବୁଝାମଣା କରାଯାଇ ମୁକ୍ତ କରାଯାଉ। ସୁପ୍ରିମକୋର୍ଟ ଜେଲ୍ରେ କ୍ଷମତାଠାରୁ ଅଧିକ କଏଦୀ ରହିବା, ଅଦାଲତମାନଙ୍କରେ ମକଦ୍ଦମାର ବୋଝ ତଥା ଅପିଲ୍ଗୁଡ଼ିକର ଫଏସଲା ହେବା ସମୟକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଉଠାଇଛନ୍ତି। ସୁପ୍ରିମକୋର୍ଟ ଏହି ପ୍ରସଙ୍ଗର ଲଗାତର ତଦାରଖ କରୁଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୪ରେ ହେବ। ପ୍ରାବଧାନ ବୁଝାମଣାରେ ଛତିଶଗଡ଼ର ଅଗ୍ରଗତି ଭଲ ରହିଛି। ୩୧ଟି ମାମଲାରେ ଛତିଶଗଡ଼ ସରକାର ନିଷ୍ପତ୍ତି ନେଇସାରିଥିବା ସୁପ୍ରିମକୋର୍ଟ କହିଛନ୍ତି |






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..