Report Card Odisha

| Daily Odia News

କେନ୍ଦ୍ର କୁ ପ୍ରଶଂସା କଲେ ସୁପ୍ରିମକୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରୁଷ -ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଜାରିରହିଛି | ୟୁକ୍ରେନରେ ଥିବା ଭାରତୀୟଙ୍କୁ ଉଦ୍ଧାର କରିବାରେ କେନ୍ଦ୍ର ସରକାର ଯେଉଁଭଳି ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି ସେଥିପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଛନ୍ତି। ଏଯାବତ ୟୁକ୍ରେନରୁ ୧୭ ହଜାର ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି। କୋର୍ଟ କହିଛନ୍ତି, ଆମେ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରୁଛୁ କିନ୍ତୁ ଲୋକମାନଙ୍କର ଉଦ୍‌ବେଗକୁ ନେଇ ମଧ୍ୟ ଆମେ ଚିନ୍ତା ପ୍ରକଟ କରୁଛୁ। ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କ ବାପା ମା’ଙ୍କ ପାଇଁ ଅନଲାଇନ୍‌ ହେଲପଲାଇନ୍‌ ପ୍ରତିଷ୍ଠା କରିବାପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। କେ‌କେ ବେଣୁଗୋପାଳ ୟୁକ୍ରେନରୁ ଭାରତୀୟ ଛାତ୍ରଙ୍କ ଉଦ୍ଧାର ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କୁ ଅବଗତ କରିଥିଲେ। କୋର୍ଟ କହିଥିଲେ ଉଦ୍ଧାର ନେଇ ଆମେ ଗୋଟିଏ ପଦ କଥା ବି କହିବାକୁ ଚାହୁନା। ଆମେ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରୁଛୁ। କିନ୍ତୁ ସମାନ ସମୟରେ ଆମେ ଲୋକଙ୍କ ଚିନ୍ତା ନେଇ ମଧ୍ୟ ଚିନ୍ତା ପ୍ରକଟ କରୁଛୁ। ରୁଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ସିଜେଆଇ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।

Breaking News