ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନୂପୁର ଶର୍ମାଙ୍କ ଗିରଫ ଦାବିରେ ଆଗତ ମାମଲାକୁ ଖାରଜ କରିଦେଇଛନ୍ତି ସୁପ୍ରିମ୍କୋର୍ଟ | ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଅପମାନଜନକ ବିବୃତି ଏବଂ ମୁସଲମାନ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ପୂର୍ବତନ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କୁ ଗିରଫ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆଗତ ଏକ ଆବେଦନ ହୋଇଥିଲା | ଏହାକୁ ଆଜି ସୁପ୍ରିମକୋର୍ଟ ବିଚାର ପାଇଁ ଗ୍ରହଣ କରିବାକୁ ମନା କରିଦେବା ସହ ଆଗତ ମାମଲାକୁ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ୟୁୟୁ ଲଳିତଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ଆବେଦନକାରୀ ଆଡଭୋକେଟ୍ ଅବୁ ସୋହେଲଙ୍କୁ କହିଛନ୍ତି ଯେ ତାଙ୍କ ଆବେଦନ ନିରାପଦ ଦେଖାଯାଉଛି। କିନ୍ତୁ ଏହାର ସୁଦୂର ପ୍ରସାରୀ ପରିଣାମ ରହିଛି। ଖଣ୍ଡପୀଠଙ୍କ ଏ ମନ୍ତବ୍ୟ ପରେ ସୋହେଲ ତାଙ୍କ ଆବେଦନ ପ୍ରତ୍ୟାହାର କରିନେଇଥିଲେ।






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..