ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୁସଲିମ ମହିଳାଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। ଛାଡ଼ପତ୍ର ପରେ ବି ଆଇନଗତ ଦୃଷ୍ଟିରୁ ସ୍ତ୍ରୀର ଭରଣ ପୋଷଣ ଦାୟିତ୍ୱ ନେବାକୁ ସ୍ୱାମୀ ବାଧ୍ୟ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଜଣେ ଛାଡପତ୍ର ପାଇଥିବା ମୁସଲମାନ ମହିଳା ତାଙ୍କ ପୂର୍ବତନ ସ୍ୱାମୀଙ୍କ ଠାରୁ କ୍ରାଇମବ୍ରାଞ୍ଚର ଧାରା ୧୨୫ ଅଧୀନରେ ରକ୍ଷଣାବେକ୍ଷଣା ପାଇପାରିବେ। ବୁଧବାର ସର୍ବୋଚ୍ଚ ନ୍ୟାୟାଳୟ ଏ ନେଇ ରାୟ ପ୍ରଦାନ କରିଛନ୍ତି। ଜଷ୍ଟିସ୍ ବି.ଭି ନାଗରତ୍ନ ଏବଂ ଅଗଷ୍ଟିନ୍ ଜର୍ଜ ମାସିହଙ୍କୁ ନେଇ ଗଠିତ ବେଞ୍ଚ ଗୁରୁତ୍ୱପୂର୍ଣ୍ଣ ଶାହ ବାନୋ ମାମଲାରେ ଏକ ଆବେଦନକୁ ଖାରଜ କରିଦେଇଛି। ଯେଉଁଥିରେ ବ୍ୟକ୍ତି ଜଣକ ତାଙ୍କ ଛାଡପତ୍ର ପାଇଥିବା ପତ୍ନୀଙ୍କୁ ଧାରା ୧୨୫ ଧାରା ଅନୁଯାୟୀ ରକ୍ଷଣାବେକ୍ଷଣ ଦେବାର ନିର୍ଦ୍ଦେଶ ବିରୋଧରେ ଆବେଦନ କରିଥିଲେ। ଆଜି ସର୍ବୋଚ୍ଚ ଅଦାଲତର ଜଷ୍ଟିସ ବିଭି ନାଗାରତ୍ନ ଓ ଜଷ୍ଟିସ ଅଗସ୍ତିନ ଗର୍ଗ ମାସିହ ଏହା ଉପରେ ଶୁଣାଣି କରି ଅବଦୁଲଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। CrPCର ଧାରା ୧୨୫ ଅନୁସାରେ ଛାଡ଼ପତ୍ର ପରେ ବି ସ୍ୱାମୀ, ସ୍ତ୍ରୀର ଭରଣ ପୋଷଣ ଦାୟିତ୍ୱ ନେବାକୁ ବାଧ୍ୟ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଏଥିସହ ଭରଣ ପୋଷଣ ବାବଦକୁ ସ୍ତ୍ରୀକୁ ମାସିକ ୨୦ ହଜାର ଟଙ୍କା ଦେବାକୁ ଅବଦୁଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
More Stories
୪ ଦିନ ପରେ ବଢ଼ିବ ତାପମାତ୍ରା,କାଳବୈଶାଖୀ ସତର୍କତା ଜାରି……
ଅଖିମୁଠି ଅନୁକୂଳ କରି ଜମିରେ ହଳ କଲେ ମୁଖ୍ୟମନ୍ତ୍ରୀ…..
ବଢିଲା ଶ୍ରମିକଙ୍କ ଦୈନିକ ମଜୁରୀ…..