ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ, ୨୦୨୦ ଉପରେ ସୁପ୍ରିମ କୋର୍ଟ ତିନି ମାସ ରହିତାଦେଶ ଲଗାଇଛନ୍ତି। ସଂଶୋଧିତ ଅଧିନିୟମର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରି ପୂର୍ବରୁ ଓଡ଼ିଶା ହାଇକୋର୍ଟରେ ମାମଲା ଦାୟର ହୋଇଥିଲା । ହେଲେ ହାଇକୋର୍ଟ ଜାନୁଆରି ୨୪, ୨୦୨୨ରେ ରାଜ୍ୟ ସରକାରଙ୍କ ସପକ୍ଷରେ ରାୟ ଶୁଣାଇଥିଲେ। ରାୟରେ ଓଡ଼ିଶା ହାଇକୋର୍ଟ କହିଥିଲେ ଯେ ୟୁଜିସି ରେଗୁଲେସନ, ୨୦୧୮ର ସଂଶୋଧିତ ଅଧିନିୟମ ଓଭରଲାପିଂ ହୋଇନାହିଁ। ଅନ୍ୟପକ୍ଷରେ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ବିରୋଧ କରି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଓ ପ୍ରଫେସର ଅଜିତ କୁମାର ମହାନ୍ତି ସୁପ୍ରିମକୋର୍ଟରେ ଦୁଇଟି ଅଲଗା ଅଲଗା ଏସ୍ଏଲ୍ପି ଦାଖଲ କରିଥିଲେ। ଆଜି ମାମଲାର ଶୁଣାଣି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଏସ୍ ଅବଦୁଲ ନଜିର ଓ ଜଷ୍ଟିସ୍ କେ ମୁରାରୀଙ୍କ ଖଣ୍ଡପୀଠରେ ହୋଇଥିଲା। ଶୁଣାଣି କରି ସୁପ୍ରିମକୋର୍ଟ ଓଡ଼ିଶା ବିଶ୍ବବିଦ୍ୟାଳୟ ବିଲ୍, ୨୦୨୦ ଉପରେ ତିନିମାସ ପାଇଁ ସ୍ଥଗିତାଦେଶ ଜାରି କରିଛନ୍ତି। ଏହାସହିତ ସର୍ବୋଚ୍ଚ ଅଦାଲତ ଓଡ଼ିଶାର ଆଡଭୋକେଟ୍ ଜେନେରାଲଙ୍କୁ ଚାରି ସପ୍ତାହ ମଧ୍ୟରେ ଜବାବୀ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨ ମାସ ପରେ କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..