ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିର୍ବାଚନରେ ରାଜନୈତିକ ଦଳ ମାନେ ଭିତରଙ୍କ ଆକୃଷ୍ଟ କରିବାପାଇଁ ଅନେକ ପ୍ରତିଶୃତି ଦେଇଥାନ୍ତି | ପ୍ରାୟସବୁ ରାଜନୀତିକ ଦଳ ମାଗଣା ଯୋଜନା ବିଷୟରେ ପ୍ରତିଶ୍ରୁତି ଦେଉଛନ୍ତି। ଏପରି ମଗଣା ପ୍ରତିଶ୍ରୁତି କୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏହି ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କୁ ନୋଟିସ ମଧ୍ୟ କରିଛନ୍ତି। ସୂଚନା ଅନୁସରେ- ନିର୍ବାଚନ ସମୟରେ ଭୋଟରଙ୍କୁ ଲୋଭାଇବା ଲାଗି ରାଜନୈତିକ ଦଳ ଉପହାର ବାଣ୍ଟିବା ଓ ଅଯୌକ୍ତିକ ପ୍ରତିଶ୍ରୁତି ଦେବାକୁ ନେଇ ଅଶ୍ୱିନୀ ଉପାଧ୍ୟୟଙ୍କ ପକ୍ଷରୁ ଆଗତ ପିଟିସନର ଶୁଣାଣି କରି କୋର୍ଟ ଏହି ନୋଟିସ୍ ଜାରି କରିଛନ୍ତି | ଏହା ସହିତ ୪ ସପ୍ତାହ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି କାଳରେ କୋର୍ଟ ଏହା ନିର୍ବାଚନକୁ ପ୍ରଭାବିତ କରୁଥିବା ଏକ ଜଟିଳ ପ୍ରସଙ୍ଗ ବୋଲି ସ୍ୱୀକାର କରିଛନ୍ତି। ତେବେ ମାମଲାରେ କୋର୍ଟଙ୍କ ପରିସର ସୀମିତ ବୋଲି କହିଛନ୍ତି। ଏ ନେଇ ଆମେ ନିର୍ବାଚନ କମିଶନଙ୍କୁ ଏକ ଗାଇଡଲାଇନ ପ୍ରସ୍ତୁତ କରିବାକୁ କହିଥିଲୁ, ହେଲେ ସେ ଏକ ବୈଠକ କରି ତାଙ୍କ କାମ ସାରିଦେଇଛନ୍ତି। ଏହି ବୈଠକରେ କଣ ନିଷ୍ପତ୍ତି ହୋଇଇଛି ତାହାବି ଇସିଆଇ ଜଣାଇ ନଥିବା କୋର୍ଟ କହିଛନ୍ତି। ତେବେ ଗତ ସପ୍ତାହରେ ଏ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଯେଉଁଥିରେ ଏପରି ପ୍ରତିଶ୍ରୁତି ଦେଉଥିବା ରାଜନେତା ଓ ଦଳଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏ ନେଇ ଆଗତ ପିଟିସନରେ ରାଜନୈତିକ ଲାଭ ନେବା ପାଇଁ ସରକାରୀ ପାଣ୍ଠିରୁ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଲୋଭେଇବା ଲାଗି ଦିଆଯାଉଥିବା ମାଗଣା ଉପହାର ଓ ଏ ବାବଦେ ପ୍ରତିଶ୍ରୁତି ନିରପେକ୍ଷ ନିର୍ବାଚନର ବିରୋଧୀ ବୋଲି କୁହାଯାଇଛି। ଏଭଳି ପ୍ରତିଶ୍ରୁତି ଓ ପଦକ୍ଷେପ ଭୋଟରଙ୍କୁ ପ୍ରଭାବିତ କରିଥାଏ। ଫଳରେ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ପ୍ରଦୂଷିତ ହେଉଛି। ଆବେଦନକାରୀଙ୍କ ଅନୁସାରେ ରାଜନୈତିକ ଦଳମାନେ ଏପରି କରିବା ଯୋଗୁ ନିର୍ବାଚନ ମୈଦାନରେ ସମାନ ଅବସରର ସିଦ୍ଧାନ୍ତ ପ୍ରଭାବିତ ହେଉଛି। ଏଣୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରି ଜନତାଙ୍କ ପଇସାରେ ମାଗଣା ସାମଗ୍ରୀ ଓ ସୁବିଧା ଦେବା ଲାଗି ପ୍ରତିଶ୍ରୁତି ଦେଉଥିବା ରାଜନୈତିକ ପାର୍ଟିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଗାଇଡଲାଇନ ଜାରି କରିବାକୁ ନିବେଦନ କରାଯାଇଛି। ସୁପ୍ରିମକୋର୍ଟଙ୍କ ନୋଟିସ୍ ଅନୁସାରେ ନିର୍ବାଚନ କାଳରେ ଯେଉଁ ରାଜନୈତିକ ଦଳମାନେ ସରକାରୀ ଅର୍ଥରେ ମାଗଣା ଘୋଷଣା କରୁଛନ୍ତି ସେମାନଙ୍କ ବିରୋଧରେ ଗାଇଡଲାଇନ ପ୍ରସ୍ତୁତ ହେବ। ଏଥିରେ ଆବଶ୍ୟକ ପଡିଲେ ଏପରି ରାଜନୈତିକ ଦଳଙ୍କ ପଞ୍ଜିକରଣ ରଦ୍ଦ ସହ ନିର୍ବାଚନ ଚିହ୍ନ ମଧ୍ୟ ଜବତ ହୋଇପାରେ ବୋଲି ଏବେ ଆକଳନ କରାଯାଉଛି।
More Stories
ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ନିହତ…..
ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ୩୮ ମୃତ, ୨୯ ଆହତ……
ଆସନ୍ତାକାଲି ଆସିବ ମହାରାଷ୍ଟ୍ର-ଝାଡ଼ଖଣ୍ଡ ନିର୍ବାଚନ ଫଳ…..