ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବିଧାନସଭାରେ ନବନିର୍ବାଚିତ ବିଧାୟକ ଭାବେ ଶପଥ ନେଲେ ସୂର୍ଯ୍ୟ ବଂଶୀ ସୂରଜ । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଧାମନଗର ବିଧାୟକ ଭାବେ ସୂର୍ଯ୍ୟବଂଶୀ ଙ୍କୁ ଶପଥ ପାଠ କରାଇଛନ୍ତି | ଏହା ସହିତ ବାପାଙ୍କ ଅଧୁରା ସ୍ୱପ୍ନକୁ ମଧ୍ୟ ପୂରା କରିବେ ବୋଲି କହିଛନ୍ତି । ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଉକ୍ତ ଆସନରେ ଉପନିର୍ବାଚନ ହୋଇଥିଲା । ଏହି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ପରାସ୍ତ କରି ବିଜେପି ପ୍ରାର୍ଥୀ ତଥା ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ବିଜୟୀ ହୋଇଥିଲେ ।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..