ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୪ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଯବାନ ଶହୀଦ ହୋଇଛନ୍ତି। ସୂଚନାଯୋଗ୍ୟ, ପୁଲଓ୍ବାମାରେ ଜୈଶ-ଇ-ମହମ୍ମଦର ଜଣେ କମାଣ୍ଡର ଓ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ସୁରକ୍ଷାକର୍ମୀଙ୍କୁ ମିଳିଥିଲା। ଏହାପରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସୁରକ୍ଷାକର୍ମୀ ସର୍ଚ୍ଚ ଅପରେଶନ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଏହାର ପ୍ରତି ଜବାବରେ ସୁରକ୍ଷାକର୍ମୀ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଏହି ଗୁଳିବିନିମୟରେ ୪ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯବାନ ଶହୀଦ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଲସ୍କର-ଏ-ତୋଏବାର ଆତଙ୍କବାଦୀ ଥିବା ଜଣାପଡ଼ିଛି। ତେବେ ଘଟଣାସ୍ଥଳରେ ଆହୁରି ଆତଙ୍କବାଦୀ ଲୁଚିରହିଥିବା ସନ୍ଦେହରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍ ଜାରି ରହିଛି।
More Stories
ଜମ୍ମୁ-କାଶ୍ମୀରରେଏକାଧିକ ସ୍ଥାନରେ ଏନଆଇଏର ଚଢାଉ…..
ଦିଲ୍ଲୀ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ଆପ୍……
ଅଦାନୀ ଗ୍ରୁପ :ସୌର ପ୍ରକଳ୍ପ ପାଇଁ ଲାଞ୍ଚ ଦେଇଥିବା ଅଭିଯୋଗ, ଖଣ୍ଡନ କଲା ଗ୍ରୁପ୍…..