ରିପୋର୍ଟ କାର୍ଡ / ଭୁବନେଶ୍ବର
ରଣପୁର ବିଧାୟିକା ସୁରମା ପାଢୀ ହେବେ ବାଚସ୍ପତି। ତାଙ୍କୁ ଆଜି ବିଜେପି ବିଧାୟକ ଦଳର ବୈଠକରେ ବାଚସ୍ପତି ପଦ ଲାଗି ମନୋନୀତ କରାଯାଇଛି। ଏହାପରେ ଶ୍ରୀମତୀ ପାଢୀ ବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତାଙ୍କର ପ୍ରାର୍ଥୀପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ସମେତ କେତେକ ବିଧାୟକ ଓ ମନ୍ତ୍ରୀ ଉପସ୍ଥିତ ଥିଲେ। ଆଜି ବାଚସ୍ପତି ପ୍ରାର୍ଥୀ ପାଇଁ ବିଜେପିର ବିଧାୟକ ଦଳ ବୈଠକ ବସିଥିଲା। ବୈଠକରେ ସର୍ବସମ୍ମତି କ୍ରମେ ସୁରମା ପାଢୀଙ୍କ ନାଁରେ ମୋହର ବାଜିଥିଲା। ବିଧାୟକ ଦଳ ବୈଠକ ପରେ ସୁରମା ପାଢୀଙ୍କ ନାଁ ଘୋଷଣା ହୋଇଥିଲା। ବିଧାନସଭାରେ ବିଜେପିର ଆବଶ୍ୟକୀୟ ସଂଖ୍ୟା ଥିବାରୁ ସୁରମା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି। ଏଯାଏଁ ବିରୋଧୀ ଦଳ ପକ୍ଷରୁ କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି | ଆସନ୍ତାକାଲି ବାଚସ୍ପତି ନିର୍ବାଚନ ହେବ |






More Stories
ଆଜି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ…..
ଆଜି ଓଡ଼ିଶା ଆସିବେ ସ୍ଥଳ ସେନା ମୁଖ୍ୟ……
୨୪ ରେ ବାରବାଟୀ ଟି-୨୦……