Report Card Odisha

| Daily Odia News

ବଢିଲା ଆତ୍ମସମର୍ପଣ ରାଶି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆତ୍ମସମର୍ପଣ କଲେ ମାଓବାଦୀଙ୍କ ମିଳିବ ଅଧିକ ଅର୍ଥରାଶି । ଏନେଇ ଘୋଷଣା କରାଯାଇଛି । ମାଓବାଦୀଙ୍କ ଆତ୍ମସମର୍ପଣ ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଲାଇଟ୍‌ ମେସିନ୍‌ ଗନ୍‌ ସହିତ ଆତ୍ମସମର୍ପଣ କରିଲେ ମାଓବାଦୀଙ୍କୁ ମିଳିବ ୪ଲକ୍ଷ ୯୫ହଜାର ଟଙ୍କା । ଏ.କେ-୪୭ ସହ ଆତ୍ମସମର୍ପଣ କଲେ ୩ଲକ୍ଷ ୩୦ହଜାର ଟଙ୍କା । ଏସଏଲଆର ସହ ଆତ୍ମସମର୍ପଣ କରିଲେ ମାଓବାଦୀଙ୍କୁ ମିଳିବ ୧ଲକ୍ଷ ୬୫ହଜାର ଟଙ୍କା । ୧୦ଲକ୍ଷ ପୁରସ୍କାର ଥିବା ମାଓବାଦୀ ଯଦି ଆତ୍ମସମର୍ପଣ କରିବେ ତେବେ ତାଙ୍କୁ ୫ଲକ୍ଷ ଟଙ୍କା ମିଳିବ । ଏହାସହିତ ସେମାନଙ୍‌କ ନାଁରେ ଥିବା ସବୁ ଛୋଟମୋଟ ମାମଲା ପ୍ରତ୍ୟାହାର କରିବେ ସରକାର । ସେହିପରି ପଲିଟବ୍ୟୁରୋ, ସେଣ୍ଟ୍ରାଲ କମିଟି ମେମ୍ବରଙ୍କୁ ମିଳିବ ୧କୋଟି ୧୦ଲକ୍ଷ, ଷ୍ଟେଟ୍‌ କମିଟି ସଦସ୍ୟ, ସ୍ପେଶାଲ ଜୋନାଲ କମିଟି ସଦସ୍ୟ ଆତ୍ମସମର୍ପଣ କଲେ ୫୫ଲକ୍ଷ ଟଙ୍କା ମିଳିବ ବୋଲି ସରକାର ଘୋଷଣା କରିଛନ୍ତି । ରିଜିଓନାଲ୍‌ କମିଟି ସଦସ୍ୟଙ୍କୁ ୩୩ଲକ୍ଷ, ଡିଜିଜନାଲ କମିଟି ସଦସ୍ୟଙ୍କ ୨୭.୫ଲକ୍ଷ ଟଙ୍କା ଡିଭିଜନାଲ କମିଟି ମେମ୍ବର ଆତ୍ମସମର୍ପଣ କଲେ ମିଳିବ ୨୨ଲକ୍ଷ । ଅସ୍ତ୍ରଶସ୍ତ୍ର ଛାଡି ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଏନେଇ ଆତ୍ମସମର୍ପଣ ରାଶିକୁ ବୃଦ୍ଧି କରାଯାଇଛି ।

Breaking News