ରିପୋର୍ଟ କାର୍ଡ / ଭୁବନେଶ୍ବର
କୋଣାର୍କକୁ ରେଳ ଲାଇନ ପାଇଁ ଖୁବ ଶୀଘ୍ର ହେବ ସର୍ଭେ। ପୁରୀ କିମ୍ବା ଅନ୍ୟ କେଉଁଠୁ ସଂଯୋଗ ହେବ ସେ ନେଇ ସର୍ଭେ ହେବ | ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଅନ୍ତର୍ଜାତୀୟ ଯୋଗଦିବସରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଯୋଗଦେଇ କହିଛନ୍ତି | ଏହାଛଡ଼ା ସେ ଆହୁରି କହିଛନ୍ତି, ଖୁବ ଶୀଘ୍ର ଓଡ଼ିଶାରେ ଆରମ୍ଭ ହେବ ୫ଜି ସେବା । ୫ଜିର ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶାରେ ମଧ୍ୟ ଆରମ୍ଭ ହେବ ବୋଲି କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ପ୍ରଥମ ପର୍ଯ୍ୟାୟ ଅଗଷ୍ଟ-ସେପ୍ଟେମ୍ବରରୁ ଭାରତର ୨୦-୨୫ଟି ସହର ରେ ଏହି ସେବା ଆରମ୍ଭ ହେଉଛି । ଏଥିରେ ଓଡ଼ିଶାର କୌଣସି ସହର ନାହିଁ। ଅଗ୍ନିପଥ ଯୋଜାନାକୁ ନେଇ ରାଜନୀତି ନକରିବାକୁ ନିବେଦନ କରିଛନ୍ତି ରେଳମନ୍ତ୍ରୀ । ଭାରତୀୟ ଡ଼ିଫେନ୍ସ ସୁରକ୍ଷା ଏବଂ ଭବିଷ୍ୟତ ଦେଖି ଏହି ଯୋଜନାର ପରିକଳ୍ପନା କରାଯାଇଛି। ଏହାକୁ ସ୍ଵାଗତ କରିବା ଅଦରକାର ଅଯଥା ରାଜନୀତି ନହେଉ। ଏହା ସହ ଯୁବ ବର୍ଗକୁ ଅନୁରୋଧ ରେଳ, ବସଷ୍ଟାଣ୍ତ, ରାସ୍ତାଘାଟ ଆପଣଙ୍କର ବି ସଂପତ୍ତି। ତେଣୁ ଜାତୀୟ ସଂପତ୍ତି ନଷ୍ଟ କରାନ ଯାଉ।ଏହାକୁ ସୁରକ୍ଷା ଦେବା ଆପଣଙ୍କ ଦାୟିତ୍ବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..