ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାୟୁସେନା ପକ୍ଷରୁ ଓଡ଼ିଶାରେ ସୂର୍ଯ୍ୟକିରଣ ଶୋ ପ୍ରଦର୍ଶିତ ହେବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। ସେ କହିଛନ୍ତି, ଭୁବନେଶ୍ୱର ଓ ପୁରୀରେ ସୂର୍ଯ୍ୟକିରଣ ଶୋ କରାଯିବ। ସେପ୍ଟେମ୍ବର ୧୬ ତାରିଖରେ ଭୁବନେଶ୍ୱର କୁଆଖାଇ ନଦୀ ଶଯ୍ୟାରେ ଏବଂ ୧୮ ତାରିଖରେ ପୁରୀ ରାଜଭବନ ଉପରେ ଶୋ କରାଯିବ। ସୂଚନା ଅନୁସାରେ-ବାୟୁସେନା ବିଶେଷଜ୍ଞଙ୍କ ସୂଚନା ମୁତାବକ, ଏହି ଶୋ ଖୁବ୍ ଆକର୍ଷଣୀୟ। ଏହି ଶୋ କରିବା ନିମନ୍ତେ ତାଲିମପ୍ରାପ୍ତ ପାଇଲଟ ନିୟୋଜିତ ହେବେ। ଏହି ଶୋ ପ୍ରାୟ ୨୦ରୁ ୨୫ ମିନିଟ୍ ହୋଇଥାଏ। ଅତ୍ୟାଧୁନିକ ବ୍ରିଟିଶ ନିର୍ମିତ ଏୟାରକ୍ରାପ୍ଟ ଏହି ଶୋ କରିବ। ୯ ଜଣିଆ କିମ୍ବା ୬ ଜଣିଆ ପାଇଲଟ ଦଳ ଶୋ କରିବେ। ଉଲ୍ଲେଖ ଯୋଗ୍ୟ-ପୂର୍ବରୁ ୨୦୧୬ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶହେ ତମ ଜନ୍ମବାର୍ଷିକୀ ପାଳନ ଅବସରରେ ମହାନଦୀ କାଠଯୋଡ଼ି ପଠାରେ ହୋଇଥିଲା ସୂର୍ଯ୍ୟକିରଣ ଏରୋବାଟିକ୍ ଶୋ।






More Stories
ଜିରୋ କାଜୁଆଲିଟି ପାଇଁ ବିଶ୍ୱ ପ୍ରସିଦ୍ଧ ଓଡିଶା…..
ଏବେ ଏଆଇରେ ହେବ ସବୁ କାମ…..
ରାଜ୍ୟ ସରକାରଙ୍କର ୨ ବର୍ଷ ପୂର୍ତ୍ତି:ଗୌରବମୟ ଦିବସ…..