ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୂର୍ବ ପରି କୋଭିଡ କଟକଣା ଭିତରେ ଚାଲିବ ବିଧାନସଭା। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କଟକଣା ଦୃଷ୍ଟିରୁ ପୂର୍ବ ଅଧିବେଶନ ପରି କଟକଣା ଜାରି ରହିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସେ ଏହା ମଧ୍ୟ କହିଛନ୍ତି ଯେ, ବିଧାନସଭା ସଦସ୍ୟ ମାନେ ଗୃହରେ ବସିବା ସହ ବାଚସ୍ପତି ଗ୍ୟାଲେରୀ, ପବ୍ଲିକ ଗ୍ୟାଲେରୀ, ଲୋକସେବା ଭବନରୁ ଯୋଗ ଦେଇପାରିବେ। ସମସ୍ତ ବିଧାୟକ, ବିଧାୟିକା, କର୍ମଚାରୀ, ପିଏସଓ ଡ୍ରାଇଭରଙ୍କ ସହ ବିଧାନସଭା ଆସିବାକୁ ଥିବା ସମସ୍ତଙ୍କର ୩ ଦିନ ଧରି କରୋନା ଟେଷ୍ଟ କରାଯିବ। ଆସନ୍ତା ୨୮, ୨୯, ୩୦ ତାରିଖରେ ସମସ୍ତଙ୍କର ଟେଷ୍ଟ କରାଯିବ। ଆଣ୍ଟିବଡି ଓ କୋଭିଡ ଟେଷ୍ଟ କରାଯିବ। ସ୍ୱାସ୍ଥ୍ୟ ବିଭାଗର ସଚିବ- ଅଧିକାରୀ ଓ ବିଏମସି ଅଧିକାରୀଙ୍କ ସହ ଆଲୋଚନା ହୋଇଛି। ସବୁ ଦିନ ବିଧାନସଭାକୁ ବିଶୋଧନ କରାଯିବ। ତେବେ ବିଧାନସଭା କେତେ ସମୟ ଚାଲିବ । ସେନେଇ ୨୯ ତାରିଖ ହେବାକୁ ଥିବା ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହେବ ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..