ରିପୋର୍ଟ କାର୍ଡ / ପାଟଣା
ବିହାରର ଲାଖିସରାଇ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୬ ଜଣଙ୍କ ମୃତ୍ୟୁ ଘଟିଛି | ୪ ଜଣ ଆହତ ଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୫ ଜଣ ହେଉଛନ୍ତି ସ୍ବର୍ଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦୂର ସମ୍ପର୍କୀୟ। ମୃତକମାନେ ସମସ୍ତେ ଗୋଟିଏ ପରିବାରର। ସେମାନେ ହରିୟାଣା ଏଡିଜି ଓପି ସିଂହଙ୍କ ଭଉଣୀଙ୍କ ଶେଷ ସଂସ୍କାର କାର୍ଯ୍ୟରେ ଯୋଗ ଦେଇ ପାଟନାରୁ ଜାମୁଇକୁ ଫେରୁଥିବା ବେଳେ ବାଟରେ ସେମାନଙ୍କ ଗାଡ଼ି ଏକ ଟ୍ରକ୍ ସହ ଧକ୍କା ହୋଇଥିଲା। ଓପି ସିଂହ ସୁଶାନ୍ତ ସିଂହଙ୍କ ଭଉଣୀଙ୍କୁ ବିବାହ କରିଛନ୍ତି। ମୃତକମାନେ ହେଉଛନ୍ତି ଲାଲ୍ଜିତ ସିଂହ (ମୃତ ମହିଳାଙ୍କ ସ୍ବାମୀ), ନେମାନି ସିଂହ, ଅମିତ ଶଙ୍କର ଓରଫ ରାମ ଚନ୍ଦ୍ର ସିଂହ, ସୁନିତା ଦେବୀ। ଆହତ ୨ ଜଣ ହେଉଛନ୍ତି ବାଲ୍ମିକୀ ସିଂହ ଏବଂ ପ୍ରସାଦ କୁମାର। ଆହତମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
ମୋହସିନା କିଦୱାଇଙ୍କ ପରଲୋକ…..