ରିପୋର୍ଟ କାର୍ଡ / ଭୁବନେଶ୍ୱର
ପାରାଦୀପରୁ ଉଦ୍ଧାର ହୋଇଥିବା ସନ୍ଦିଗ୍ଧ ପାରା କୁ ଷ୍ଟେଟ୍ ଫୋରେନସିକ୍ ଲାବ କୁ ଅଣାଯାଇଛି । ପାରା ସହ ଗୋଡରେ ଲାଗିଥିବା କ୍ୟାମେରା ଓ ଚିପ୍ କୁ ଫୋରେନସିକ୍ ଲାବରେ ଯାଞ୍ଚ ହେବ ।ଏ ନେଇ ପାରାଦୀପ ମେରାଇନ୍ ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବୁଧବାର ପାରାଦୀପ ସମୁଦ୍ର ଭିତରୁ ସନ୍ଦେହଜନକ ଅବସ୍ଥାରେ ପାରା ଉଦ୍ଧାର ହୋଇଥିଲା । ପାରା ଗୋଡ଼ରେ କ୍ୟାମେରା ଓ ଚିପ୍ ଲାଗିଥିବା ବେଳେ ପାରାଟି ଉଦ୍ଧାର ହୋଇଥିଲା । ପାରା ଦେହରେ ବିଦେଶୀ ଭାଷା ଲେଖାଥିବା ସୂଚନା ଥିବାବେଳେ ପାରାଦୀପରୁ କିଛି ମାଇଲ ଦୂରରେ ଏହାକୁ କିଛି ମାଛ ଧରା ଟ୍ରଲର ଠାବ କରିଥିଲା ।






More Stories
ରୋଷେୟାର ତଣ୍ଟି କାଟିଦେଲା ହେଲପର…..
ଶ୍ରମ ବିଭାଗର ନୂଆ ଗାଇଡଲାଇନ…..
୨୮ ଯାଏଁ ଝଡ଼ବର୍ଷା…..