Report Card Odisha

| Daily Odia News

ନିଲମ୍ବିତ ୪ ପୋଲିସ କର୍ମଚାରୀଙ୍କ ହେବ ପଲିଗ୍ରାଫ ଟେଷ୍ଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱରର ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଆଇଆଇସିଙ୍କ ସମେତ ୫ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ୍‌ ଟେଷ୍ଟ ନିମନ୍ତେ ଅନୁମତି ମିଳି ସାରିଛି। ଏବେ ଘଟଣାର ତଦନ୍ତ ନିମନ୍ତେ ଆଉ ୪ ନିଲମ୍ବିତ ପୋଲିସ କର୍ମଚାରୀଙ୍କର ବି ହୋଇପାରେ ପଲିଗ୍ରାଫ ଟେଷ୍ଟ । ଏଥିନିମନ୍ତେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆଜି ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟରେ ଆବେଦନ କରାଯାଇଛି। ପୂର୍ବରୁ ଅଭିଯୁକ୍ତ ତଥା ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଙ୍କର ପଲିଗ୍ରାଫ୍ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିଥିଲା। ପଲିଗ୍ରାଫ୍ ଟେଷ୍ଟ ପାଇଁ ଦୀନକୃଷ୍ଣ ରାଜି ଥିବାରୁ କୋର୍ଟ ବି ଏହି ଆବେଦନ ଉପରେ ସହମତି ପ୍ରକାଶ କରି ସାରିଛନ୍ତି।ଏଥିନିମନ୍ତେ ଦୀନକୃଷ୍ଣଙ୍କୁ ଗୁଜରାଟର ଗାନ୍ଧିନଗର ନେବ କ୍ରାଇମବ୍ରାଞ୍ଚ। ସେଠାରେ ତାଙ୍କର ପଲିଗ୍ରାଫ୍‌ ଟେଷ୍ଟ ସହିତ ନାର୍କୋ ଆନାଲିସିସ୍‌ ଓ ବ୍ରେନ୍‌ ଫିଙ୍ଗର ପ୍ରିଣ୍ଟିଂ ଟେଷ୍ଟ ବି ହେବ । ଏବେ ଏହି ମାମଲାରେ ସମ୍ପୃକ୍ତି ଅଭିଯୋଗରେ ନିଲମ୍ବିତ ହୋଇଥିବା ଆଉ ୪ ପୋଲିସ କର୍ମଚାରୀଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ବି ଆବେଦନ କରାଯାଇଛି।

Breaking News