Report Card Odisha

| Daily Odia News

ଡିଏଫ୍‌ଓ ଦେବେନ୍ଦ୍ର ବେହେରା ସସପେଣ୍ଡ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାୟଗଡ଼ା ଡିଏଫ୍‌ଓ ଦେବେନ୍ଦ୍ର ବେହେରା ସସପେଣ୍ଡ। କଳାହାଣ୍ଡି ଫରେଷ୍ଟର ସଞ୍ଜୟ ନାୟକ ଆତ୍ମହତ୍ୟା ମାମଲାରେ ଡିଏଫ୍‌ଓଙ୍କୁ ସସପେଣ୍ଡ କରିଛନ୍ତି ରାଜ୍ୟ ସରକାର। ବିନା ଅନୁମତିରେ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫରେଷ୍ଟରଙ୍କ ଆତ୍ମହତ୍ୟା ନେଇ DFOଙ୍କ ନାଁରେ ହୋଇଥିଲା ମାମଲା। ଭବାନୀପାଟଣା ଥାନାରେ ୧୦୮ BNSରେ ମାମଲା ହୋଇଥିଲା। କଳାହାଣ୍ଡି ଜିଲ୍ଲା ଜାରିଂ ହାଇଟେକ୍‌ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ସେ ଲେଖିଥିଲେ ସୁଇସାଇଡ୍‌ ନୋଟ୍‌। ଯେଉଁଥିରେ ଡିଏଫ୍‌ଓ ଦେବେନ୍ଦ୍ର ବେହେରା ମାନସିକ ନିର୍ଯାତନା ଦେଉଥିବା ଓ ପ୍ରମୋଶନ୍‌ କରାଇ ଦେଉନଥିବା ଲେଖିଥିଲେ ସଞ୍ଜୟ। ଏନେଇ ଅଭିଯୋଗ ସାମ୍ନାକୁ ଆସିବା ପରେ ଡିଏଫ୍‌ଓଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ବିବାଦରେ ଛନ୍ଦି ହେବା ପରେ DFO ୪ ଦିନ ଛୁଟିରେ ଯାଇ ୧୭ ଦିନ ହେଲା ଅଫିସ୍‌ ଆସିନଥିଲେ। କୋର୍ଟରୁ ମଧ୍ୟବର୍ତ୍ତି ଜାମିନ ମିଳିବା ପରେ ସେ ଥାନାକୁ ଆସି ହାଜର ହୋଇଥିଲେ। ଭବାନୀପାଟଣା ଟାଉନ୍‌ ଥାନା ପୋଲିସ ତାଙ୍କୁ ଶୁକ୍ରବାର ୪ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଥିଲା। ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ସେ ଥାନାରେ ହାଜର ହୋଇଥିଲେ। ତାଙ୍କୁ ଘନଘନ କରାଯାଇଥିଲା ଜେରା। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ତାଙ୍କୁ ଜେରା କରାଯାଇଥିବା ଜଣାପଡ଼ିଛି। ପୋଲିସ ଘନଘନ ଜେରା କରୁଥିବା ବେଳେ ରାଜ୍ୟ ସରକାର ଆଜି ତାଙ୍କୁ ଚାକିରିରୁ ସସ୍‌ପେଣ୍ଡ କରିଛନ୍ତି।

Breaking News