ରିପୋର୍ଟ କାର୍ଡ / ପାରାଦୀପ
ଜାହାଜରେ ବୋମା ଥିବା ସନ୍ଦେହ କରାଯାଇ ଯାଞ୍ଚ ବେଳେ ସନ୍ଦେହଜନକ ଅବସ୍ଥାରେ ୨୨ଟି ପ୍ୟାକେଟ ଜବତ ହୋଇଛି। ଉକ୍ତ ପ୍ୟାକେଟରେ ବିପୁଳ ପରିମାଣର ଡଗ୍ସ ଥିବା ସ୍ପଷ୍ଟ ହୋଇଛି । ୨୦୦ ଶହ କୋଟିର କୋକେନ ହେବ ବୋଲି ଜଣାପଡିଛି | ଦୁଇ ଦିନ ତଳେ ପାରାଦୀପ ପୋର୍ଟ PICT ବର୍ଥରେ ଲାଗିଛି ଜାହାଜ MV DEBI. । ଇଣ୍ଡୋନେସିଆର ଗ୍ରେସିକ ପୋର୍ଟରୁ ଏହି ଜାହାଜ ଆସି ପାରାଦୀପ ପୋର୍ଟରେ ପହଞ୍ଚିଛି । ପାରାଦୀପରୁ ଷ୍ଟିଲ ପ୍ଲେଟ ବୋଝେଇ କରାଯାଇ ଉକ୍ତ ଜାହଜରେ ଡେନମାର୍କ ଯାଇଥାନ୍ତା। MV DEBIରେ ଷ୍ଟିଲ ପ୍ଲେଟ ବୋଝେଇ ବୋଝେଇ କରିବା ନିମନ୍ତେ ଗତକାଲି କ୍ରେନ୍ ଅପରେଟର ଚାମ୍ବରକୁ ଯାଇଥିଲେ। ସେଠାରେ ସେ କିଛି ସନ୍ଦେହଜନକ ପଦାର୍ଥ ଦେଖିବାକୁ ପାଇଥିଲେ। ଏନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଏହାପରେ ଉକ୍ତ ଜାହଜରେ କିଛି ବିସ୍ଫୋରକ ପଦାର୍ଥ ବା ବୋମା ଥିବା ଖବର ପ୍ରଚାରିତ ହେଲା। CISF, ପାରାଦୀପ ପୁଲିସ୍, ଡଗ୍ ସ୍କ୍ୱାର୍ଡ ଓ କଷ୍ଟମ୍ସ ବିଭାଗ ଅଧିକାରୀ ପହଞ୍ଚିଥିଲେ। ସେମାନେ ସ୍କାନରରେ ଯାଞ୍ଚ କରିବା ପରେ ତାହା ବୋମା ନୁହେଁ ବୋଲି ସ୍ପଷ୍ଟ ହୋଇଥିଲା।






More Stories
ଲାଗୁହେଲା ଓଡ଼ିଶା ସରକାରୀ ବିଶ୍ୱ ବିଦ୍ୟାଳୟ ଅଧିନିୟମ-୨୦୨୬….
ଫିଟିଲା ଯାଜପୁର ଗୁଳି କାଣ୍ଡର ଗୁମର: ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର…..
ମାଆ ହତ୍ୟାର ଗୁମର ଖୋଲିଲା ପୁଅ…..