Report Card Odisha

| Daily Odia News

ବାଣୀବିହାର ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ….

ରିପୋର୍ଟ କାର୍ଡ / ଭୁବନେଶ୍ଵର

ଉତ୍କଳ ବିଶ୍ଵବିଦ୍ୟାଳୟର ମଧୁସୂଦନ ଛାତ୍ରାବାସରେ ଜଣେ ଛାତ୍ରଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଉଛନ୍ତି ତାପସ ରଞ୍ଜନ ନାୟକ। ସେ ଫିଲୋସଫି ବିଭାଗର ଦ୍ଵିତୀୟ ବର୍ଷର ଛାତ୍ର ବୋଲି ଜଣାପଡିଛି। ତେବେ ଛାତ୍ରଙ୍କର କେମିତି ମୃତ୍ୟୁ ହେଲା , ତାର କାରଣ ଏବେବି ଅସ୍ପଷ୍ଟ ରହିଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି। ଗତକାଲି ରାତିରେ ସେ ସୁସ୍ଥ ଥିଲେ , ଏବଂ ସାଙ୍ଗ ମାନଙ୍କ ସହ କଥା ହୋଇଥିଲେ ବୋଲି ତାଙ୍କର ସହପାଠୀମାନେ କହିଛନ୍ତି।

Breaking News