Report Card Odisha

| Daily Odia News

ସ୍ୱାଧୀନତା ଦିବସରେ ସର୍ବସାଧାରଣଙ୍କ ନିମନ୍ତେ ବିଜ୍ଞପ୍ତି ପ୍ରକାଶ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଚଳିତବର୍ଷ ଅଗଷ୍ଟ ୧୫ ତଥା ସ୍ୱାଧୀନତା ଦିବସରେ ସର୍ବସାଧାରଣଙ୍କ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛି କମିଶନରେଟ୍‌ ପୋଲିସ୍‌ । ୟୁନିଟ୍‌ ୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆ ଠାରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଅନୁଷ୍ଠିତ ହେବ । ଓଡ଼ିଶା ଅର୍ବାନ ପୋଲିସ୍‌ ଆକ୍ଟ ୨୦୦୩ ଧାରା ୨୮ ଅନୁସାରେ ସର୍ବସାଧାରଣଙ୍କ ଯାତାୟତ ଏବଂ ଦିବସର ସୁରକ୍ଷାକୁ ଦୃଷ୍ଟିରେ ରଖି କିଛି କଟକଣା ଲାଗୁ କରାଯାଇଛି । ସେଗୁଡ଼ିକ ହେଲା…
ଆସନ୍ତା ୧୫ ତାରିଖ ସକାଳ ୬.୩୦ରୁ ପ୍ୟାରେଡ୍‌ ସରିବା ପର୍ଯ୍ୟନ୍ତ କୌଣସି ଯାନବାହାନ ରାମ ମନ୍ଦିର ଛକ ଠାରୁ ହାଉସିଂ ବୋର୍ଡ ଛକ ପର୍ଯ୍ୟନ୍ତ ଯାତାୟାତ କରିପାରିବେ ନାହିଁ । ଏହି ରାସ୍ତା ବଦଳରେ ଏମ୍‌.ବି.ଏସ୍‌ ସ୍କୁଲ ଗଳି ରାସ୍ତା ଦେଇ କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତା ଦେଇ ଯାଇପାରିବେ । ରାମ ମନ୍ଦିର ପାଖରୁ ହାଉସିଂ ବୋର୍ଡକୁ ଯିବାକୁ ଚାହିଁଲେ ସେଣ୍ଟ ଜୋସେଫ୍‌ ସ୍କୁଲ୍‌ ଗଳିରେ ଯାଇପାରିବେ । ପିଏମ୍‌ଜି ଓ କେଶରୀ ଟକିଜ୍‌ ପଟରୁ ଆସୁଥିବା ଗାଡ଼ି ସଚିବାଳୟ ମାର୍ଗ ଦେଇ ଯାଇପାରିବେ । ହାଉସିଂ ବୋର୍ଡ ଏବଂ ରାମ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକ ଦେଇ ଯାନବାହାନ ଚଳାଚଳ କରିପାରିବ ନାହିଁ । ପ୍ୟାରେଡ୍‌ ନିମନ୍ତେ ଆସିଥିବା ଗାଡ଼ି ଗୁଡ଼ିକ ପାର୍କିଂ ପାଇଁ ନିର୍ଦ୍ଧାରିତ ସ୍ଥାନେରେ ପାର୍କିଂ କରିପାରିବେ ।

Breaking News